Latest Odisha News

BREAKING NEWS

କୀଭରେ ବିନାଶ ରଚୁଛି ଇରାନୀ ସୁଇସାଇଡ ଡ୍ରୋନ

କୀଭ: ରୁଷ ଏବେ ୟୁକ୍ରେନ ରାଜଧାନୀ କୀଭ ଉପରେ ଆକ୍ରମଣ ଜୋରଦାର କରିଛି । କୀଭରେ ସୋମବାର ଇରାନର ସୁଇସାଇଡ ଡ୍ରୋନ ବିନାଶ ରଚିଛି । ଅବଶ୍ୟ ୟୁକ୍ରେନର ପାଲଟା ଆକ୍ରମଣରେ ୩୫ରୁ ୩୦ ଡ୍ରୋନ ନଷ୍ଟ ହୋଇଯାଇଛି । ଏବେ ୟୁକ୍ରେନରେ ପ୍ରବଳ ଥଣ୍ଡା ପଡୁଛି । ରୁଷ ଏହାର ପାୱାର ସପ୍ଲାଇକୁ ନଷ୍ଟ କରି ସାଧାରଣ ଜନତାଙ୍କୁ ପରୋକ୍ଷରେ ମାରିବାକୁ ଚାହୁଁଛି । ଇରାନର ଏହି ଶସ୍ତା ଡ୍ରୋନ ଟାର୍ଗେଟ ନିକଟରେ ପଂହଚିବା ପରେ ଆପେ ବିସ୍ଫୋରଣ ହୋଇ ଯାଇଥାଏ । କେନ୍ଦ୍ର ଓ ପୂର୍ବାଂଚଳ ଏହି ଆକ୍ରମଣରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ୟୁକ୍ରେନ ୟୁରୋପୀୟ ଦେଶଗୁଡିକ ସହଯୋଗ ଯୋଗାଉଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହେଇ ନାହିଁ । କୀଭ ବ୍ୟତୀତ ଖାର୍କିଭ, ସୁମି, ପୋଲଟାୱା ଓ ଜ୍ୟାପସୋରଜିୟାର ଗ୍ରୀଡ ଷ୍ଟେସନଗୁଡିକ ବିସ୍ଫୋରଣରେ ଅକାମୀ ହୋଇଯାଇଛି । ୟୁକ୍ରେନର ଇଂଜିନୟରମାନେ ଏହାକୁ ମରାମତି କରିବାରେ ବ୍ୟସ୍ତ ଅଛନ୍ତି । କେତେକ ଅଂଚଳରେ ବ୍ଲାକ ଆଉଟ ଘୋଷଣା କରାଯାଇଛି ।

Comments are closed.