Latest Odisha News

ବର୍ଦ୍ଦି ପିନ୍ଧି ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ‘ମେରା ବଲମା’ ଗୀତରେ ଠୁମକା ଲଗାଇଲେ ଥାନାବାବୁ । ଗୀତର ତାଳେ ତାଳେ ନିଜେ ଝୁମିଲେ ଏବଂ ଅନ୍ୟମାନଙ୍କୁ ଝୁମାଇଲେ  । ସେ ପୁଣି ପୋଲିସ ବର୍ଦ୍ଦି ପିନ୍ଧିଥିବା ବେଳେ  । ପୋଲିସ ବାବୁଙ୍କ ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଏଭଳି କିଛି ଦୃଶ୍ୟ ଦିଲ୍ଲୀରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର ନାରାୟଣ ଥାନା ଏସ୍‌ଏଚ୍‌ଓ ଶ୍ରୀନିବାସଙ୍କ ପରିବାରରେ ମୁଦି ପିନ୍ଧା କାର୍ଯ୍ୟକ୍ରମ ଚାଲିଥିଲା। ସେ ଏହି କାର୍ଯ୍ୟକ୍ରମରେ ପୁଲିସ ପୋଷାକ ପିନ୍ଧି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଥାନା ବାବୁ ଜଣକ ‘ମେରା ବଲମା’ ଗୀତରେ ଧୂମ ନାଚିଥିଲେ । ସେହି ସମୟର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା । ତାଙ୍କ ସହ ଅନ୍ୟ ପୁଲିସ କର୍ମୀମାନେ ମଧ୍ୟ  ନାଚୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି  ।

ଶ୍ରୀନିବାସ ବର୍ଦ୍ଦି ପିନ୍ଧି କାହିଁକି ନାଚିଲେ ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି ?  ଜଣେ ଅଫିସର ହିସାବରେ ବର୍ଦ୍ଦିର ମର୍ଯ୍ୟାଦାକୁ ସମ୍ନାନ ଦେବା ଉଚିତ  । ଗୀତରେ ଏତେ ହଜିଯାଇଥିଲେ ଯେ ସେ ସବୁକିଛି ଭୁଲି ଯାଇଥିଲେ । ସେପଟେ ଏନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ଆସିନଥିବା ବେଳେ ଥାନା ବାବୁଙ୍କ ବିରୋଧରେ ବିଚାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି ।

 

Comments are closed.