ବ୍ରହ୍ମପୁର: କୂଅ ଖୋଳୁଥିବା ବେଳେ ମାଟି ଅତଡା ଖସିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ବ୍ରହ୍ମପୁର ସହର ଶ୍ରୀରାମନଗର ମଶାଣି ସାହି ପାର୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଜଗଦଳପୁରର ସନ୍ତୋଷ ସେଠୀ(୩୬)। ସୂଚନାପ୍ରକାେର, ମଶାଣି ସାହି ପାର୍କ ନିକଟରେ ଥିବା ପିଙ୍କୁ ସାବତଙ୍କ ଘର ବାରିପଟେ ଏକ କୂଅ ଖୋଳାଯାଉଥିଲା। ସେହିକ କୂଅ ଖୋଳିବା କାର୍ଯ୍ୟରେ ସନ୍ତୋଷଙ୍କ ସହ ଅନ୍ୟ ଶ୍ରମିକମାନେ ନିୟୋଜିତ ହୋଇଥିଲା। ଅପରାହ୍ନ ସାଢେ ୧ଟା ବେଳେ ସନ୍ତୋଷ ଗଭୀର ଗାତ ଭିତରେ ପଶି ମାଟି ଓ ପାଣି ବାହାର କରୁଥିବା ବେଳେ ହଠାତ ଏକ ବଡ ମାଟି ଅତଡା ତାଙ୍କ ଉପରେ ପଡି ଯାଇଥିଲା। ବେସ୍ କିଛି ସମୟ ଧରି ସନ୍ତୋଷ ସେହି କୂଅ ଭିତରେ ରହିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ବଡ ଡାକ୍ତରଖାନା ପଠାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ମୃତ ସନ୍ତୋଷଙ୍କ ବଡ଼ଭାଇ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସନ୍ତୋଷଙ୍କ ଘର ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ବୋଲି ସୂଚନା ମିଳିଛି।
BREAKING NEWS
- ଶାନ୍ତି ପ୍ରତିଷ୍ଠା ପାଇଁ ହୁତି ବିଦ୍ରୋହୀଙ୍କୁ ସାଉଦି ଆରବର ୧ ବିଲିୟନ ଡଲାରର ପ୍ରସ୍ତାବ
- ସମ୍ଭାବ୍ୟ ବାତ୍ୟା ବିପଦକୁ ଏଡ଼ାଇବା ପାଇଁ ପଦକ୍ଷେପ: ଗର୍ଭବତୀ ମହିଳାମାନଙ୍କୁ ‘ମା ଗୃହ’କୁ ଯିବା ପାଇଁ ସରକାରଙ୍କ ଅପିଲ୍
- କର୍କଟ ଔଷଧ ନାଁରେ ଚାଲିଛି ଲୁଟ୍ ଓ ଡକାୟତି: କେନ୍ଦ୍ର ସରକାରଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ତାଗିଦ୍
- ଫେଲ୍ ମାରିଲା ଚୋରା ଚାଲାଣର ନୂଆ ଫର୍ମୁଲା; ମାଟି ତଳୁ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ
- ରାତି ୨ରୁ ଭୋର୍ ୪ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ଅର୍ଣ୍ଣବ’, ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବା ସମ୍ଭାବନା
- କୋଟିଆ ଓଡ଼ିଶାର, ଓଡ଼ିଶାର ହୋଇ ରହିବ: ରାଜସ୍ୱ ମନ୍ତ୍ରୀ
- ତୁମେ ୧୨ ବଲ୍ରେ ଅର୍ଦ୍ଧଶତକ ଲଗାଇ ପାରିଲ ନାହିଁ
- ଭାରତୀୟ ବକ୍ସିଂ ମହାସଂଘରେ ବଡ଼ ବିବାଦ: ଅଜୟ ସିଂଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି
- ୨୫ ବର୍ଷ ପରେ ଇଂଲଣ୍ଡର କୌଣସି ଫୁଟବଲର୍ଙ୍କୁ ମିଳିଲା ବାଲେନ୍ ଡି’ଓର୍ ଆୱାର୍ଡ
- ବାତ୍ୟାକୁ ପ୍ରତିହତ କରିବା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ପ୍ରଶାସନ-ରାଜସ୍ୱ ମନ୍ତ୍ରୀ

Comments are closed.