ବ୍ରହ୍ମପୁର: କୂଅ ଖୋଳୁଥିବା ବେଳେ ମାଟି ଅତଡା ଖସିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ବ୍ରହ୍ମପୁର ସହର ଶ୍ରୀରାମନଗର ମଶାଣି ସାହି ପାର୍କ ନିକଟରେ ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ଜଗଦଳପୁରର ସନ୍ତୋଷ ସେଠୀ(୩୬)। ସୂଚନାପ୍ରକାେର, ମଶାଣି ସାହି ପାର୍କ ନିକଟରେ ଥିବା ପିଙ୍କୁ ସାବତଙ୍କ ଘର ବାରିପଟେ ଏକ କୂଅ ଖୋଳାଯାଉଥିଲା। ସେହିକ କୂଅ ଖୋଳିବା କାର୍ଯ୍ୟରେ ସନ୍ତୋଷଙ୍କ ସହ ଅନ୍ୟ ଶ୍ରମିକମାନେ ନିୟୋଜିତ ହୋଇଥିଲା। ଅପରାହ୍ନ ସାଢେ ୧ଟା ବେଳେ ସନ୍ତୋଷ ଗଭୀର ଗାତ ଭିତରେ ପଶି ମାଟି ଓ ପାଣି ବାହାର କରୁଥିବା ବେଳେ ହଠାତ ଏକ ବଡ ମାଟି ଅତଡା ତାଙ୍କ ଉପରେ ପଡି ଯାଇଥିଲା। ବେସ୍ କିଛି ସମୟ ଧରି ସନ୍ତୋଷ ସେହି କୂଅ ଭିତରେ ରହିଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ବଡ ଡାକ୍ତରଖାନା ପଠାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ମୃତ ସନ୍ତୋଷଙ୍କ ବଡ଼ଭାଇ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ସନ୍ତୋଷଙ୍କ ଘର ବ୍ରହ୍ମପୁର ସହର ଉପକଣ୍ଠ ଜଗଦଳପୁର ଗ୍ରାମରେ ବୋଲି ସୂଚନା ମିଳିଛି।
BREAKING NEWS
- ବ୍ରହ୍ମପୁର ଛାତ୍ରୀ ମୃତ୍ୟୁ ମାମଲା: ପରିବହନ ମନ୍ତ୍ରୀଙ୍କ ପୁତୁରା ବିଶ୍ୱଜିତ ଗିରଫ
- ଗ୍ୟାସ୍ ଲିକ୍ ଘଟଣା; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଆ ଶ୍ରମିକମାନଙ୍କ ସହାୟତା ପାଇଁ ତାମିଲନାଡୁ ଗଲେ ୩ ବରିଷ୍ଠ ଅଧିକାରୀ
- ସିନ୍ଧୁ ନଦୀ ଜଳ ବିବାଦ: ଭାରତକୁ ଯୁଦ୍ଧ ଧମକ ଦେଲା ପାକିସ୍ତାନ
- ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରି-ଇଭାଲ୍ୟୁଏସନ୍ ରେଜଲ୍ଟ ପ୍ରକାଶିତ; ୱେବସାଇଟ୍ରେ ଉପଲବ୍ଧ ହେଲା ଫଳାଫଳ
- ତାମିଲନାଡୁରେ ଭୟାବହ ଗ୍ୟାସ୍ ଲିକ୍: ଚିଙ୍ଗୁଡ଼ି ପ୍ରୋସେସିଂ କାରଖାନାରେ ୭ ମୃତ, ୩୦ରୁ ଅଧିକ ଗୁରୁତର
- ଟି୨୦ କ୍ରିକେଟରେ ହରମନପ୍ରୀତଙ୍କ ବିଶ୍ୱରେକର୍ଡ
- ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ଜିତିଲା ତ୍ରିରାଷ୍ଟ୍ରୀୟ ସିରିଜ
- ୟଶଙ୍କ ‘ଟକ୍ସିକ୍’ର ନୂଆ ରିଲିଜ୍ ଡେଟ୍ ଘୋଷଣା, ଏହି ଫିଲ୍ମଗୁଡ଼ିକୁ ଦେବ ଟକ୍କର…
- ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କଲେ ମା’-ବାପା !
- ପୋଲିସ-ଉଗ୍ରବାଦୀ ମୁହାଁମୁହିଁ; PLFI ଟପ୍ କମାଣ୍ଡର ଆହତ, ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର

Comments are closed.