Latest Odisha News

ଦ୍ୱିତୀୟ ଥର ପାଇଁ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଇଡି ରିମାଣ୍ଡରେ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ପିଏମଏଲଏ ଆକ୍ଟରେ ଗିରଫ କରିବା ପରେ ଦ୍ୱିତୀୟ ଥର ପାଇଁ ତିନି ଦିନିଆ ରିମାଣ୍ଡରେ ନେଇଛି । ଇଡି କୋର୍ଟରେ 5 ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ହେଲେ କୋର୍ଟ ଡିସେମ୍ବର 26 ଯାଏ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ।

ଅନ୍ୟପଟେ ଇଡି ଏହି ରିମାଣ୍ଡ ବେଳେ ଅର୍ଚ୍ଚନା ନାଗଙ୍କଠାରୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ୍ସ ଗେଜେଟ ଏବଂ ମୋବାଇଲର ତଥ୍ୟ ରିପୋର୍ଟ ରାଜ୍ୟ ଫରେନସିକ ଲ୍ୟାବଠାରୁ ପାଇବ ବୋଲି ଆଶା ରଖିଛି । ଯଦି ରିପୋର୍ଟ ଆସିବ ତାହେଲେ ଜଗବନ୍ଧୁଙ୍କୁ ଜେରା କରିବାକୁ ଇଡି କିଛି ନୂଆ ପ୍ରଶ୍ନ ପାଇବ । ଆଉ ତଦନ୍ତରେ ମଧ୍ୟ ଅଗ୍ରଗତି ହେବ ।

ଉଲ୍ଲେଖଯୋଗ୍ୟ, ଅର୍ଚ୍ଚନାଙ୍କଠାରୁ ଜବତ ଇଲେକ୍ଟ୍ରୋନିକ ଗ୍ୟାଜେଟର ଡିଜିଟାଲ ପ୍ରମାଣର ପ୍ରାଥମିକ ରିପୋର୍ଟ ଆସିଛି । ହେଲେ ଅର୍ଚ୍ଚନାଙ୍କ ମୋବାଇଲର ଫରେନସିକ ରିପୋର୍ଟ ଏଯାଏ ଇଡି ପାଖରେ ହସ୍ତକ୍ଷେପ ହୋଇନି। ଅର୍ଚ୍ଚନାଙ୍କ ମୋବାଇଲରେ ଆପତ୍ତିଜନକ ଭିଡିଓ ଥିବା ନେଇ ସେତେବେଳେ ପୋଲିସ ସିଜର ଲିଷ୍ଟରେ ଦର୍ଶାଇଥିଲା। ଅନ୍ୟପଟେ ରାଜ୍ୟ ଫରେନସିକ ଲ୍ୟାବ ପୋଲିସକୁ ଜବତ ହୋଇଥିବା ଇଲେକ୍ଟ୍ରୋନିକ ଗ୍ୟାଜେଟର ରିପୋର୍ଟ ଦେଇଛି  କିନ୍ତୁ ଇଡିକୁ ଦେଇନାହିଁ ।

ଏହାପୂର୍ବରୁ ଅର୍ଚ୍ଚନାଙ୍କୁ ମଧ୍ୟ ଇଡି ଝାରପଡା ଜେଲରୁ ଆଣି ରିମାଣ୍ଡରେ ନେଇଥିଲା । ଦୁଇ ଥର ରିମାଣ୍ଡରେ ନେବା ପରେ ଏବେ ଝାରପଡା ଜେଲରେ ଅର୍ଚ୍ଚନା। ଉଭୟ ପତି ଓ ପତ୍ନୀ ପୁଲିସ ଏବଂ ଇଡି ଦ୍ୱାରା ଦୁଇ ଥର ଗିରଫ ହୋଇଛନ୍ତି। ଅର୍ଚ୍ଚନାଙ୍କ ଭଳି ତାଙ୍କ ସ୍ୱାମୀ ନାଁରେ ହନିଟ୍ରାପ ମାମଲା ରହିଛି।

Comments are closed.