Latest Odisha News

BREAKING NEWS

ରାଷ୍ଟ୍ରୀୟ ସମ୍ମାନର ସହ ଶୀଲା ଦିକ୍ଷିତଙ୍କ ଅନ୍ତିମ ସଂସ୍କାର ସଂପନ୍ନ

ନୂଆଦିଲ୍ଲୀ: ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦିକ୍ଷିତଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ରବିବାର ଦିନ ସଂପନ୍ନ ହୋଇଛି ।

ନୂଆଦିଲ୍ଲୀର ନିଗାମବୋଧ ଘାଟଠାରେ କଂଗ୍ରେସର ବହୁ ନେତା ତଥା ବରିଷ୍ଠ ରାଜନେତାଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ପାର୍ଥୀବ ଶରୀରର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି । ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ନେତୃବୁନ୍ଦ, ବରିଷ୍ଠ ରାଜନେତା ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇ ଶେଷ ସମ୍ମାନ ଅର୍ପଣ କରିଛନ୍ତି ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନଷ୍ଟିଚ୍ୟୁଟରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ଦିନ ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତଙ୍କ ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.