Latest Odisha News

BREAKING NEWS

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭିସିଙ୍କ ଚୟନ ଲାଗି ଗଠିତ ହେଲା ପ୍ୟାନେଲ୍

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କ ଚୟନ କରିବେ ତିନି ସଦସ୍ୟ ବିଶିଷ୍ଟ କମିଟି ।

ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ପୂର୍ବତନ ପ୍ରଶାସନିକ ଅଧିକାରୀ ଚିନ୍ମୟ ବସୁଙ୍କ ନେତୃତ୍ୱରେ ଗଠିତ ଏକ ପ୍ୟାନେଲ୍ ନାମ ଚୟନ କରିବେ । ପରେ ଚୟନ ହୋଇଥିବା ନାମ ଗୁଡିକୁ କମିଟି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ନିକଟକୁ ପଠାଇବେ । ପରବର୍ତ୍ତୀ ରାଜ୍ୟପାଳ ଉକ୍ତ ନାମଗୁଡିକ ମଧ୍ୟରୁ ଜଣକୁ ଚୂଡାନ୍ତ କରିବେ ବୋଲି ସୂଚନା ମିଳିଛି ।

ଏହି ପଦ ଲାଗି ଆବେଦନ କରିବାର ଅନ୍ତିମ ଦିନ ଅଗଷ୍ଟ ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସମୟରେ କୁଳପତି ଭାବେ ଦାୟିତ୍ୱ ନିର୍ବାହ କରୁଥିବା ଆରପି ଦାସଙ୍କ କାର୍ଯ୍ୟକାଳ ଅଗଷ୍ଟ ୩ ତାରିଖରେ ସମାପ୍ତ ହେବାକୁ ଯାଉଛି ।

Leave A Reply

Your email address will not be published.