Latest Odisha News

ଶ୍ରୀମନ୍ଦିର ଭିତରେ ବେହୋସ ପଡ଼ିଲେ ମୟୂରଭଞ୍ଜର ଏକ ସ୍କୁଲର ୬ ଛାତ୍ରୀ

ପୁରୀ: ଶ୍ରୀମନ୍ଦିରର ବାଇଶି ପାହାଚରେ ସୋମବାର ସନ୍ଧ୍ୟାରେ ପାଟିତୁଣ୍ଡ ଭଳି ପରିସ୍ଥିତି ଉପୁଜିବା ପରେ ୬ ଜଣ ଛାତ୍ରୀ ଅଚେତ ହୋଇଥିବା ସୂଚନା ମିଳିଛି। ସମସ୍ତ ଅସୁସ୍ଥ ମୟୂରଭଞ୍ଜ ହୃଦାନନ୍ଦ ଉଚ୍ଚ ବିଦ୍ୟାଳୟର ଛାତ୍ରୀ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି।

ମନ୍ଦିରରେ ପ୍ରବଳ ଗହଳି ଲାଗିଥିଲା। ଛାତ୍ରୀମାନେ ଧାଡ଼ିରେ ଛିଡା ହୋଇ ଦର୍ଶନ ପାଇଁ ଅପେକ୍ଷା କରିଥିଲେ। ଅତ୍ୟଧିକ ଭିଡ଼ ଯୋଗୁଁ କିଛି ବେହୋସ ହୋଇଯାଇଥିଲେ ବୋଲି ପ୍ରଧାନ ଶିକ୍ଷକ ଜ୍ୟୋତିନ୍ଦ୍ରନାଥ ଦତ୍ତ କହିଛନ୍ତି। ସେବାୟତ ଏବଂ ପୋଲିସ ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ସହ ଅସୁସ୍ଥ ଛାତ୍ରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାରେ ସାହାଯ୍ୟ କରିଥିଲେ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

ଅତ୍ୟଧିକ ଭିଡ଼ ଯୋଗୁଁ ମନ୍ଦିର ପରିସରରେ ଏକ ଅଲଗା ପ୍ରକାର ବାତାବରଣ ସୃଷ୍ଟି ହୋଇଥିଲା। ଜଣେ ଛାତ୍ରୀ କହିଛନ୍ତି, “ସ୍କୁଲର ଛଅ ଜଣ ଛାତ୍ରୀ ଠିକ୍ ଭାବେ ପବନ ଚଳାଚଳ ନ କରିବାରୁ ଚେତାଶୂନ୍ୟ ହୋଇପଡ଼ିଥିଲେ। ଅସୁସ୍ଥ ହୋଇପଡିଥିବା ଛାତ୍ରୀ ହେଲେ ସୁଭଦ୍ରା ଦାସ, ଲିଜା ଟୁଡୁ, କ୍ରୀଷ୍ଣା ପରିଡା, ଇତିଶ୍ରୀ ଜେନା ,ବିଷ୍ଣୁପ୍ରିୟା ବେହେରା ଓ ବର୍ଷା ରାଣୀ ପରିଡା । ଏମାନେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀ।

 

 

 

Comments are closed.