କେନ୍ଦ୍ରାପଡା: ଭାରତ ଜି-୨୦ କଥାବସ୍ତୁକୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ସମେତ ବିଭିନ୍ନ ଅନୁଷ୍ଠାନକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତାକୁ ନେଇ ଓଡ଼ିଶାର ଗ୍ରାମାଞ୍ଚଳରେ ଉତ୍ସାହ ଦେଖି ଆନନ୍ଦିତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ କେନ୍ଦ୍ରାପଡା ଜିଲ୍ଲାର ‘ଆମେ ପ୍ରୟାସ’ ନାମକ ଏକ ସାମାଜିକ ସଂଗଠନ ଭାରତ ଜି-୨୦ ପ୍ରସଙ୍ଗରେ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ, ବକ୍ତୃତା ଏବଂ ପ୍ରଶ୍ନତ୍ତୋର ପ୍ରତିଯୋଗିତା ଆୟୋଜନ କରିଛି । ଏହି ପ୍ରତିଯୋଗିତାରେ ୩୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ଖୁସିର ବିଷୟ । ସେହିପରି ସାରା ରାଜ୍ୟରେ ସଂଗଠନ ପକ୍ଷରୁ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିଭିନ୍ନ ଗଠନମୂଳକ ପଦକ୍ଷେପ ନିଆଯିବା ସହ ସମଗ୍ର ରାଜ୍ୟରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଉଛି।
Glad to see great enthusiasm for India’s G20 Presidency in rural pockets of Odisha. Inspired by Hon. PM @narendramodi ji’s call, ‘Ama Prayas’ a social organisation based out of Kendrapara organised a school-level painting, debate & quiz competition on #G20India themes. @g20org pic.twitter.com/4mnkCnprt7
— Dharmendra Pradhan (@dpradhanbjp) December 26, 2022
ଏହି ପଦକ୍ଷେପକୁ ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶର ଜଣେ ନାଗରିକ ଭାବରେ ଭାରତର ଜି-୨୦ ଅଧ୍ୟକ୍ଷତା ଭାବେ ଏଥିରେ ଆମେ ସମସ୍ତେ ଅଂଶୀଦାର ।
ଭାରତ ଜି-୨୦ ସହ ଲୋକଙ୍କୁ ଯୋଡ଼ିବା ଏବଂ ଯୋଗଦାନକୁ ବଢାଇବା ଆମର ସାମୂହିକ ଦାୟିତ୍ୱ । ବିଶ୍ୱରେ ଭାରତର ଶକ୍ତି, ବିବିଧତା, ପରମ୍ପରା ଏବଂ ସଫଳତାକୁ ପ୍ରଦର୍ଶନ କରିବା ପାଇଁ ଏହି ଆନ୍ଦୋଳନରେ ସମସ୍ତେ ସାମିଲ ହେବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।
Comments are closed.