Latest Odisha News

BREAKING NEWS

ହୃଦୟ ଜିଣିଲେ ଅହମ୍ମଦାବାଦର କଳାକାର, ଇଣ୍ଡିଆ ବୁକ ଅଫ୍ ରକେର୍ଡସରେ ପାଇଲେ ସ୍ଥାନ

କଂଟା, କଟନରେ ନିଆରା ‘ରାନୀ କି ଭାବ୍’ର ପ୍ରତିକୃତି

ଅହମ୍ମଦାବାଦ: କୌଣସି ଚିତ୍ରକର ବ୍ରଶ୍ ନୁହେଁ, କଂଟା ଆଉ କଟନରେ ତିଆରି ହେଲା ନିଆରା ପ୍ରତିକୃତି । ଗୁଜରାଟ ଅହମ୍ମଦାବାଦର ଜଣେ କଳାକାର ୫୬/୩୮ ଇଂଚର କଳା କାନଭାସରେ ପ୍ରଦର୍ଶନ କରିଛନ୍ତି ସୁନ୍ଦର ହାତଚାତୁରୀ । ଭାରତର ଅନ୍ୟତମ ପ୍ରସିଦ୍ଧ ସ୍ଥାପତ୍ୟ ସ୍ମାରକ ‘ରାନୀ କି ଭାବ୍’ର ଏକ ଅତ୍ୟନ୍ତ ଜଟିଳ ଓ ସୂକ୍ଷମ୍ ପ୍ରତିକୃତି କରି ସମସ୍ତଙ୍କ ହୃଦୟ ଜିଣିନେଇଛନ୍ତି ପାୟଲ ରିଂଟୁ ଠାକର । ତାଙ୍କର ଏହି ସୁନ୍ଦର କୃତି ପାଇଁ ସେ ସାଧାରଣରେ ପ୍ରଶଂସା ସାଉଁଟିବା ସହ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନିଜ ନାଁ ପକ୍କା କରିଦେଇଛନ୍ତି । କେବଳ ତାଙ୍କର କଳାକୃତିର ପ୍ରଶଂସା ହେଉନି ବରଂ ଯେଉଁ ଯେଉଁ ସାମଗ୍ରୀରେ ସେ ଏହି ଅସାଧାରଣ କୃତିକୁ କରିଦେଖାଇଛନ୍ତି ତାହା ଅବର୍ଣ୍ଣନୀୟ । କୌଣସି ପେନସିଲ୍, ପେଂଟ୍ ବ୍ରଶ୍ ବ୍ୟବହାର ବିନା ଏମିତି ଏକ ଉକ୍ରୃଷ୍ଟ କଳାକୃତିର ପ୍ରଦର୍ଶନ କରିଛନ୍ତି ପାୟଲ । କଳା କାନଭାସ୍ରେ କଂଟା ଓ କଟନ୍ ବା ତୁଳାର ଧଡିରେ ଏହି ନିଖୁଣ କାରୁକାର୍ଯ୍ୟ କରିଛନ୍ତି ସେ ।

ପାୟଲ ଗୁଜରାଟ ପାଟନାରେ ଥିବା ଏହି ଐତିହାସିକ ପାହାଚ କୂପ, ରାନୀ କି ଭାବ୍କୁ ନିଜ ନିଆରା କଳା ମାଧ୍ୟମରେ ପୁନଃନିର୍ମାଣ କରିଛନ୍ତି । ଏକାକି ଏତେ ସୁନ୍ଦର ଭାବେ ତିଆରି କରିଥିବାରୁ ତାଙ୍କୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଲିଛି । ତାଙ୍କ ସ୍ୱପ୍ନ ଏକ ଐତିହାସିକ ରେକର୍ଡରେ ପରିଣତ ହୋଇଗଲା ବୋଲି ଖୁସିରେ ନିଜ ସଫଳତାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସେ । ୩ ଅକ୍ଟୋବରରେ ତାଙ୍କୁ ଏହି ସଫଳତା ମିଳିଥିବା ସେ ଜଣାଇଛନ୍ତି । ଏହା କେବଳ ତାଙ୍କ ପାଇଁ ଏକ ରେକର୍ଡ ମେକିଂ କାମ ନଥିଲା, ଏହା ଧର୍ଯ୍ୟ, ସ୍ଥିରତା, ସଠିକତା, ଐତିହ୍ୟ ଓ ଅଗଣିତ କାର୍ଯ୍ୟର ଯାତ୍ରା ଥିଲା ବୋଲି କହିଛନ୍ତି । ରାନୀ କି ଭାବ୍ ହେଉଛି ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟରେ ସ୍ଥାନ ପାଇଥିବା ଏକ ଐତିହ୍ୟ ସ୍ଥଳା ରାଜା ପ୍ରଥମ ଭୀମଦେବଙ୍କ ସ୍ମାରକୀ ଭାବରେ ରାଣୀ ଉଦୟମତୀଙ୍କ ଦ୍ୱାରା ସ୍ମାରକୀ କାର୍ଯ୍ୟକ୍ଷମ ହୋଇଥିଲା । ଏହା ଏକ ଅନନ୍ୟ ସ୍ଥାପତ୍ୟ ଯାହା ଏକ ଓଲଟା ମନ୍ଦିର ପରି ଡିଜାଇନ୍ ହୋଇଛି । ଷ୍ଟେପୱେଲରେ ୭ଟି ସ୍ତରର ସିଡି ରହିଛି । କାନ୍ଥ ଏବଂ ସ୍ତମ୍ଭ ଗୁଡିକ ଧାର୍ମିକ ଏବଂ ପୌରାଣିକ ଚିତ୍ରକୁ ଚିତ୍ରଣ କରେ । ହିନ୍ଦୁ ଦେବତା ଏବଂ ସ୍ୱର୍ଗିୟ ବ୍ୟକ୍ତିତ୍ୱ୍ୱକୁ ଚିତ୍ରଣ କରେ ଏହି ମୋନୁମେଂଟ । ଏହି ବିଶ୍ୱ ଐତିହ୍ୟକୁ ନିଜ ନିଆରା କଳାକୃତିରେ ବିରାଟ ଆକାରର ପ୍ରତିକୃତି କରି ପାୟଲ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ଯାହା ଆମ ଦେଶ ପାଇଁ ଗର୍ବର ବିଷୟ ।

Leave A Reply

Your email address will not be published.