ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍ ବିକ୍ରି ଘଟଣାରେ ଦୁଇ ଯୁବକଙ୍କୁ କାବୁ କରିଛି ପୋଲିସ। ପାସ୍ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଧରିବାରେ ସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପାସ୍ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
ମହୋତ୍ସବ ପାଇଁ ଦୁଇଟି ସ୍ବତନ୍ତ୍ର ଗାଲେରୀ ପ୍ରସ୍ତୁତ କରାଯାଇଛି। ସେହି ଗାଲେରୀରେ ପଡିଥିବା ସିଟ୍ ପାଇଁ ପ୍ରଶାସନ ପକ୍ଷରୁ ଭିଭିଆଇପି ଏବଂ ଭିଆଇପି ପାସ ବଣ୍ଟନ କରାଯାଉଛି ା ନେତା, ଅଧିକାରୀ, ଗଣମାଧ୍ୟମ ଓ ଜଣାଶୁଣା ବ୍ୟକ୍ତି ବିଶେଷ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ପାସ୍ ବଣ୍ଟନ ହୋଇଛି। ହେଲେ ଏହି ପାସ୍ ବାହାରେ ବିକ୍ରି ହେଉଥିବା ନଜରକୁ ଆସିଛି। ପାସ୍ ବିକ୍ରି କରିବା ଅପରାଧ ହୋଇଥିବା ବେଳେ ଏହାର ନକଲ କରିବା ମଧ୍ୟ ଅପରାଧ। ସେହିକ୍ରମରେ ଗାଲେରୀର ପ୍ରବେଶ ପଥରେ ପୋଲିସ କର୍ମଚାରୀମାନେ ପାସ୍ ଅସଲି କି ନକଲି ତାହା ଯାଞ୍ଚ କରୁଛନ୍ତି। ହେଲେ ସୋମବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ଦୁଇଟି ଭିଭିଆଇପି ପାସ୍ ଧରି ଗାଲେରୀକୁ ପ୍ରବେଶ କରିଥିଲେ। ସେହି ସମୟରେ ପାସ୍ ଯାଞ୍ଚ କରୁଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ପାସ କେଉଁଠୁ ଆଣିଲେ ବୋଲି ପ୍ରଶ୍ନ କରିଥିଲେ। ଯୁବକ ଦ୍ବୟ ଏହାର ସଠିକ ଉତ୍ତର ଦେଇପାରିନଥିଲେ। ଶେଷରେ ସେମାନେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଦେଇ ଏହି ପାସ କିଣିଥିବା ପୋଲିସକୁ କହିଥିଲେ। ଏହାପରେ ପୋଲିସ ପାସ୍ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ଠାବ କରି କାବୁ କରିଥିଲା। ନକଲି ପାସ ବିକ୍ରିକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଥାଉକି, ପୂର୍ବରୁ ଓଏଲ୍ଏକ୍ସ୍ରେ ପାସ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିବା ଜଣେ ଯୁବକଙ୍କୁ ପୋଲିସ କାବୁ କରିବା ପରେ ତାଗିତ କରି ଛାଡିଥିଲା।
BREAKING NEWS
- ପାକିସ୍ତାନ ପ୍ରେମରେ ଆମେରିକା, ଭାରତକୁ କରୁଛି…
- ମହଙ୍ଗା ସାବ୍ୟସ୍ତ ହୋଇପାରେ ଏଆଇ ପରାମର୍ଶରେ ଔଷଧ ସେବନ
- ୧ କେଜି ଲୁଣ ପ୍ୟାକେଟରେ କେତେ ଦାନା ରହିଛି, ମିଳିଲା ଉତ୍ତର…
- “କର୍ପୋରେଟ୍ ଜିହାଦ” ପାଇଁ କମ୍ପାନୀକୁ କେଉଁଠାରୁ ମିଳେ ପାଣ୍ଠି ?
- ଜର୍ମାନୀ ମଡେଲଙ୍କ ଫଟୋକୁ ଲାଇକ କଲେ କୋହଲି
- ବେଦାନ୍ତ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ ଘଟଣା; ମାଲିକ ଅନୀଲ ଅଗ୍ରୱାଲଙ୍କ ନାଁରେ ମାମଲା ରୁଜୁ
- Harivansh re-elected Rajya Sabha dy chairman: ପୁଣିଥରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ ହେଲେ ହରିବଂଶ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
- ସୁବର୍ଣ୍ଣରେଖା ନଦୀରୁ ପୁଣି ବାହାରିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳର ତୃତୀୟ ବୋମା
- ସରକାରୀ ଡାକ୍ତରଖାନାରେ ୩୦୦ରୁ ଅଧିକ ପିଲା HIV ପଜିଟିଭ୍
- Trump on 40-minute call with ‘friend’ PM Modi: ଫୋନ୍ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କ’ଣ କଥାବାର୍ତ୍ତା ହୋଇଥିଲା? ବଡ଼ ଖୁଲାସା କଲେ ରାଷ୍ଟ୍ରପତି ଟ୍ରମ୍ପ
Comments are closed.