ବ୍ରହ୍ମପୁର: ଗୋପାଳପୁର ବେଳାଭୂମି ମହୋତ୍ସବର ପାସ୍ ବିକ୍ରି ଘଟଣାରେ ଦୁଇ ଯୁବକଙ୍କୁ କାବୁ କରିଛି ପୋଲିସ। ପାସ୍ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଧରିବାରେ ସଫଳ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପାସ୍ ବିକ୍ରି କରୁଥିବା ବ୍ୟକ୍ତିଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ଡା.ସର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି।
ମହୋତ୍ସବ ପାଇଁ ଦୁଇଟି ସ୍ବତନ୍ତ୍ର ଗାଲେରୀ ପ୍ରସ୍ତୁତ କରାଯାଇଛି। ସେହି ଗାଲେରୀରେ ପଡିଥିବା ସିଟ୍ ପାଇଁ ପ୍ରଶାସନ ପକ୍ଷରୁ ଭିଭିଆଇପି ଏବଂ ଭିଆଇପି ପାସ ବଣ୍ଟନ କରାଯାଉଛି ା ନେତା, ଅଧିକାରୀ, ଗଣମାଧ୍ୟମ ଓ ଜଣାଶୁଣା ବ୍ୟକ୍ତି ବିଶେଷ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ପାସ୍ ବଣ୍ଟନ ହୋଇଛି। ହେଲେ ଏହି ପାସ୍ ବାହାରେ ବିକ୍ରି ହେଉଥିବା ନଜରକୁ ଆସିଛି। ପାସ୍ ବିକ୍ରି କରିବା ଅପରାଧ ହୋଇଥିବା ବେଳେ ଏହାର ନକଲ କରିବା ମଧ୍ୟ ଅପରାଧ। ସେହିକ୍ରମରେ ଗାଲେରୀର ପ୍ରବେଶ ପଥରେ ପୋଲିସ କର୍ମଚାରୀମାନେ ପାସ୍ ଅସଲି କି ନକଲି ତାହା ଯାଞ୍ଚ କରୁଛନ୍ତି। ହେଲେ ସୋମବାର ସନ୍ଧ୍ୟାରେ ଦୁଇ ଜଣ ଯୁବକ ଦୁଇଟି ଭିଭିଆଇପି ପାସ୍ ଧରି ଗାଲେରୀକୁ ପ୍ରବେଶ କରିଥିଲେ। ସେହି ସମୟରେ ପାସ୍ ଯାଞ୍ଚ କରୁଥିବା ପୋଲିସ କର୍ମଚାରୀମାନେ ତାଙ୍କୁ ପାସ କେଉଁଠୁ ଆଣିଲେ ବୋଲି ପ୍ରଶ୍ନ କରିଥିଲେ। ଯୁବକ ଦ୍ବୟ ଏହାର ସଠିକ ଉତ୍ତର ଦେଇପାରିନଥିଲେ। ଶେଷରେ ସେମାନେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଦେଇ ଏହି ପାସ କିଣିଥିବା ପୋଲିସକୁ କହିଥିଲେ। ଏହାପରେ ପୋଲିସ ପାସ୍ ବିକ୍ରି କରିଥିବା ବ୍ୟକ୍ତିଙ୍କୁ ଠାବ କରି କାବୁ କରିଥିଲା। ନକଲି ପାସ ବିକ୍ରିକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ସୂଚନାଥାଉକି, ପୂର୍ବରୁ ଓଏଲ୍ଏକ୍ସ୍ରେ ପାସ ବିକ୍ରି କରିବାକୁ ବିଜ୍ଞାପନ ଦେଇଥିବା ଜଣେ ଯୁବକଙ୍କୁ ପୋଲିସ କାବୁ କରିବା ପରେ ତାଗିତ କରି ଛାଡିଥିଲା।
BREAKING NEWS
- ସାମ୍ବାଦିକଙ୍କୁ ମିଳିବ କି ପେନସନ୍; ଜାଣନ୍ତୁ କଣ କହୁଛନ୍ତି ମୁଖ୍ୟମନ୍ତ୍ରୀ…
- ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି…
- ମସଜିଦ ବଞ୍ଚାଇ ଦେଲା ହିନ୍ଦୁଙ୍କ ଜୀବନ, ଭାଇରାଲ ହେଉଛି ଭିଡିଓ
- ଅଷ୍ଟ୍ରେଲିଆରେ ରୁଟଙ୍କ ପ୍ରଥମ ଶତକ, ଇଂଲଣ୍ଡ ୩୨୫/୯
- ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି ସୋନିଆ ଗାନ୍ଧୀ, କଂଗ୍ରେସକୁ ଦେଉଛନ୍ତି କଡ଼ା ଟକ୍କର
- Bijapur Naxal Encounter: ବିଜାପୁର ଏନକାଉଣ୍ଟର: ଆଉ ୬ନକ୍ସଲଙ୍କ ମୃତଦେହ ଉଦ୍ଧାର; ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ
- ଅଭିନେତା ସୁଧୀର ଦଲଭିଙ୍କ ଚିକିତ୍ସାରେ ସାହାଯ୍ୟ କରିବ ଶିରିଡି ସାଇ ବାବା ଟ୍ରଷ୍ଟ…
- ଏସିଡ୍ ପୀଡିତାଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ତାଦିଗ୍: ୪ ସପ୍ତାହ ମଧ୍ୟରେ ସମସ୍ତ ହାଇକୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
- ଯେଉଁମାନେ କୋହଲି, ରୋହିତଙ୍କୁ ହଇରାଣ କରୁଛନ୍ତି ସେମାନେ ନିଜେ ହଜିଯିବେ: ଶାସ୍ତ୍ରୀ
- Indigo Filghts Cancelled: ତୃତୀୟ ଦିନରେ ବି ସୁଧୁରିନି ସ୍ଥିତି: ଇଣ୍ଡିଗୋର ୧୫୦ ବିମାନ ଉଡ଼ାଣ ବାତିଲ
Comments are closed.