Latest Odisha News

BREAKING NEWS

ଭାଲୁ ଚମଡ଼ା ଓ ସମ୍ବର ସିଙ୍ଘ ଜବତ, ୭ ଜଣଙ୍କୁ ଗିରଫ କଲା ବନ ବିଭାଗ

ବରଗଡ଼: ଭଟଲିରେ ଚାଲିଛି ବେଧଡ଼କ ବନ୍ୟଜନ୍ତୁ ଶିକାର । ଭାଲୁ ସହ ସମ୍ବର ଭଳି ବନ୍ୟପ୍ରାଣୀଙ୍କୁ ମାରି ଚମଡ଼ା ନେଇ ଯାଉଛନ୍ତି ଶିକାରି । ଗୋଧି ଓ ବଜ୍ରକାପ୍ତା ବି ରହିଛି ଶିକାରିଙ୍କ ନଜରରେ । ବନ୍ୟପ୍ରାଣୀ ଶିକାର ସମ୍ପର୍କିତ ୨ଟି ପୃଥକ ମାମଲାରେ ବରଗଡ଼ ଜିଲ୍ଲା ଭଟଲି ରେଞ୍ଜରୁ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।

BjdElectrycity

ଭଟଲି ରେଞ୍ଜ ଦେଛୁଆଁ ଫରେଷ୍ଟ ଅଞ୍ଚଳରୁ ଭାଲୁ ଚମଡ଼ା ସହ ୧୮ଟି ଭାଲୁ ନଖ ଜବତ ହୋଇଛି । ଏହି ମାମଲାରେ ବନ ବିଭାଗ ୨ ଜଣକୁ ଗିରଫ କରିଛି । ବନ ବିଭାଗ କର୍ମଚାରୀ ଛଦ୍ମବେଶରେ ଯାଇ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛନ୍ତି ।

ସେହିଭଳି ଭଟିଲି ଅନ୍ୟ ଏକ ସ୍ଥାନରୁ ଗୋଧି ଚମଡ଼ା, ବଜ୍ରକାପ୍ତା ଖୋଳପା ଓ ସମ୍ବର ସିଙ୍ଘ ସହ ତାର ଆଦି ଜବତ କରାଯାଇଛି । ମାମଲାରେ  ୫ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ । ଏହାକୁ ନେଇ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଥିବା କହିଛନ୍ତି ବରଗଡ଼ ଏସିପଏଫ୍ ରାଜେନ୍ଦ୍ର ଗୋଚ୍ଛାୟତ ।

Leave A Reply

Your email address will not be published.