Latest Odisha News

କେଉଁ କାରଣ ପାଇଁ ଭର୍ତୃହରି ୪ଟି ପ୍ରସଙ୍ଗରେ କହିବାକୁ ଚାହୁଁଛନ୍ତି ?

ଭୁବନେଶ୍ୱର: ଡିସେମ୍ବର ୨୬ ତାରିଖରେ ପୁରୀରେ ଅନୁଷ୍ଠିତ ହୋଇଥିବା ବିଜେଡିର ପ୍ରତିଷ୍ଠା ଦିବସରେ ଯୋଗନଦେବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ପିନାକୀ ମିଶ୍ରଙ୍କୁ ଏ ବାବଦରେ କିଛି ପଚାରିଛନ୍ତି? ପିନାକୀ ଅସୁସ୍ଥ ଥିବା ଷ୍ଟେଜରେ ଘୋଷଣା କରାଯାଇଥିବା ସାମ୍ବାଦିକମାନେ ଏ ନେଇ କହିବା ପରେ ଭର୍ତ୍ତୃହରି କହିଛନ୍ତି କେଉଁଠି ଥିଲେ ପିନାକୀ ବାବୁ। ପରେ ଦଳରେ ବରିଷ୍ଠ ମାନଙ୍କୁ ଅଣଦେଖା କରାଯାଉଛି କି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ ସେମିତି କିଛି ନାହିଁ।

ପ୍ରତିଷ୍ଠା ଦିବସରେ ପୁରୀର ବିଜେଡି ସାଂସଦ ପିନାକୀ ମିଶ୍ର ମଧ୍ୟ ଅନୁପସ୍ଥିତ ଥିଲେ। ପିନାକୀ ମିଶ୍ରଙ୍କ କିଛି ସ୍ବାସ୍ଥ୍ୟଗତ ସମସ୍ୟା ଥିବାରୁ ପୁରୀ ଗସ୍ତ ବାତିଲ କରିବାକୁ ବାଧ୍ୟ ହୋଇଥିବା ଘୋଷଣା ହୋଇଥିବା ବେଳେ ମହତାବଙ୍କ ଅନୁପସ୍ଥିତି ନେଇ କୌଣସି ଘୋଷଣା କରାଯାଇନଥିଲା।

ମହତାବ କହିଛନ୍ତି, ମୋର ୪ଟି ପଏଣ୍ଟ ବାକି ଅଛି, ତାହା ପରେ କରିବି। ପିନାକୀ ମିଶ୍ର ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ। ଆପଣ ମଧ୍ୟ ତାଙ୍କୁ ଏହି ପ୍ରଶ୍ନ ପଚାରିବା ଉଚିତ ବୋଲି ସେ କହିଛନ୍ତି। ଓଡିଶାର ସମସ୍ତ ସାଂସଦ ଆସନ ଉପରେ ବିଜେପିର ଫୋକସ୍ ନେଇ ପ୍ରଶ୍ନର ଉତ୍ତରରେ ଶ୍ରୀ ମହତାବ କହିଛନ୍ତି, ୨୦୧୪ ମସିହାରୁ ସେମାନେ ଏଭଳି କରୁଛନ୍ତି। ବାସ୍ତବରେ, ବିଜେପି କଟକରେ ପ୍ରାୟ ୪ ଲକ୍ଷ ଭୋଟ ପାଇଥିଲା ଯାହା ସେମାନଙ୍କୁ ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କରିଥିଲା।

ସ୍ୱାଧୀନତା ସଂଗ୍ରାମୀ ଦିବସ ଦିନ ଏ ବିଷୟରେ ଚର୍ଚ୍ଚା ନ କରିବା ଭଲ । ୪ ଟି ବିଷୟରେ କହିବାର ଅଛି ଖୁବଶୀଘ୍ର କହିବି । କିନ୍ତୁ ଆଜି ନୁହେଁ । ଦେଖା ହେବ ଯେତେବେଳେ ସେତେବେଳେ କହିବି । ମନ୍ମମଥ ଦାସଙ୍କ ଗୋଟେ ଲେଖା ଅଛି ଦେଖା ହେଲେ କହିବି ସେ କଥା । ସଂଗଠନ ଉପରେ କହିବେ ତ ପ୍ରଶ୍ନରେ କହିଲେ ସବୁ କହିବି। ଦେଖା ହେଲେ ସବୁ କହିବି। ୨୦୨୪ରେ ନିର୍ବାଚନ ଲଢ଼ିବା ନ ଲଢ଼ିବା ପ୍ରଶ୍ନରେ କହିଛନ୍ତି ତାହା ବି ଗୋଟେ ପ୍ରସଙ୍ଗ।

ପ୍ରତିଷ୍ଠା ଦିବସରେ ମହତାବଙ୍କ ଅନୁପସ୍ଥିତି ସମ୍ପର୍କରେ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି, ପ୍ରତିଷ୍ଠା ଦିବସରେ ଉପସ୍ଥିତ ରହିବା ବାଧ୍ୟତାମୂଳକ ନୁହେଁ। ତାଙ୍କର (ମହତାବ) କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଥାଇପାରେ ଯାହା ଆମ ପାଖରେ ନାହିଁ। ତେଣୁ ଆମେ ପ୍ରସଙ୍ଗ ବାହାରେ କିଛି ଭାବିବା ଉଚିତ୍ ନୁହେଁ।

ଉଲ୍ଲେଖଯୋଗ୍ୟ, ମହତାବ ପୂର୍ବଭଳି ଦଳୀୟ କାର୍ଯ୍ୟକ୍ରମରେ ସକ୍ରିୟ ରହିଲାପରି ଲାଗୁ ନାହିଁ। ତେଣୁ ମହତାବ ଦଳରେ ଅସନ୍ତୁଷ୍ଟ ବୋଲି କୁହାଯାଉଛି।

 

Comments are closed.