ଲାହୋର: ପାକିସ୍ତାନ ସୁରକ୍ଷାକର୍ମୀ ଆଫଗାନିସ୍ତାନ ସୀମା ନିକଟରେ ଦକ୍ଷିଣ ୱଜିରସ୍ତାନରେ ୧୧ ଆତଙ୍କବାଦୀଙ୍କୁ ଗୁଳି କରିଛନ୍ତି । ଏଥିରେ ୨ ଆତ୍ମଘାତୀ ଆତଙ୍କୀ ସାମିଲ । ସର୍ଚ୍ଚ ଅପରେଶନ ବେଳେ ସେମାନଙ୍କୁ ଏହି ସଫଳତା ମିଳିଛି । କମାଣ୍ଡର ହଫିଜୁଲ୍ଲା ତୋରେ ଓରଫ ତୋରେ ହାଫିଜ ଏଥିରେ ମୃତ୍ୟୁବରଣ କରିଛି । ଆତଙ୍କବାଦୀଙ୍କ ନିକଟରୁ ବହୁ ମାତ୍ରାରେ ଗୋଳା ବାରୁଦ ଜବତ କରାଯାଇଥିଲା । ଆତଙ୍କୀ ସଂଗଠନ ତହରୀକ ଏ ତାଲିବାନ କ୍ରମାଗତ ଭାବେ ପାକିସ୍ତାନ ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି । ରିପୋର୍ଟ ମୁତାବକ ୧୦ ହଜାରରୁ ଊର୍ଦ୍ଧ୍ୱ ଟିଟିପି ଆତଙ୍କବାଦୀ ଏବେ ବି ଖୈବର ପଖତୁନଖୱାରେ ସକ୍ରିୟ ଅଛନ୍ତି ।
ଟିଟିପିକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମୁହାଁମୁହିଁ ହୋଇଛନ୍ତି । ପାକିସ୍ତାନ ସେନା ପକ୍ଷରୁ ଟିିଟିପି ଆତଙ୍କବାଦୀଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । ଏପରିକି ଆମ ସହିତ ରହିବ ନାଁ ଟିଟିପି ସହ ବୋଲି ତାଲିବାନଙ୍କୁ ସ୍ପଷ୍ଟ ଭାବେ ପାକିସ୍ତାନ ପକ୍ଷରୁ ପ୍ରଶ୍ନ କରାଯାଇଛି । ଖରାପ ଅର୍ଥନୀତି ସ୍ଥିତି ବେଳେ ଟିଟିପି ଏବେ ପାକିସ୍ତାନର ମୁଣ୍ଡ ବ୍ୟାଥାର କାରଣ ସାଜିଛି ।
Comments are closed.