Latest Odisha News

ରାଜ୍ୟରେ ସମ୍ଭାବ୍ୟ ଚତୁର୍ଥ କରୋନା ଲହର ଆଶଙ୍କା ନାହିଁ: ବିଶେଷଜ୍ଞ

ଭୁବନେଶ୍ୱର: ଓଡିଶା ପାଇଁ କରୋନାର କୌଣସି ବିପଦ ନାହିଁ। ଶୁକ୍ରବାର ଏପରି ଏକ ଆଶ୍ୱାସନା ଦେଉଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା। ତେଣୁ ରାଜ୍ୟରେ ସମ୍ଭାବ୍ୟ ଚତୁର୍ଥ କରୋନା ଲହର ଆଶଙ୍କା ନାହିଁ ବୋଲି ବିଶେଷଜ୍ଞ ଆଶ୍ୱାସନା ଦେଇଛନ୍ତି। ଚୀନ ସମେତ ଅନେକ ଦେଶରେ BF.7 ଏବଂ XXB (ଓମିକ୍ରନର ସଭ ଭାରିଆଣ୍ଟ) କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଏବେ ଓଡ଼ିଶା ସମେତ ସାରା ଦେଶରେ କରୋନାକୁ ନେଇ ଚିନ୍ତା ବଢିଛି। ଏହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଏପରି କିଛି କହିଛନ୍ତି।

କୋଭିଡ୍ ଅପଡେଟ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇ ଡାକ୍ତର ପଣ୍ଡା କହିଛନ୍ତି ଯେ ଓମିକ୍ରନର ସବ୍-ଷ୍ଟ୍ରେନ୍ ଚୀନ, ଜାପାନ, ଥାଇଲ୍ୟାଣ୍ଡ, ସିଙ୍ଗାପୁର, ୟୁରୋପ ଏବଂ ଅନ୍ୟାନ୍ୟ ଦେଶମାନଙ୍କରେ କୋଭିଡ ପଜିଟିଭ୍ ମାମଲା ବୃଦ୍ଧି କରାଇଛି। ଯଦିଓ ସର୍ବଭାରତୀୟ ସ୍ତରରେ ୩ ରୁ ୫ ଲକ୍ଷ କୋଭିଡ ସଂକ୍ରମଣର ଦୈନିକ ମାମଲା ରିପୋର୍ଟ ଆସିଛି ହେଲେ ଭାରତରେ ଏଯାବତ ୧୮୫ଟି ସଂକ୍ରମିତ ରିପୋର୍ଟ ଆସିଛି।

ଦୈନିକ ମୋଟ ୬୦୦୦ ପରୀକ୍ଷା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ପଜିଟିଭ୍ ରିପୋର୍ଟ ଆସୁଛି। କଟକସ୍ଥିତ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ କରୋନା ପାଇଁ ପ୍ରସ୍ତୁତ ଅଛି ଏବଂ ଗତ ଦୁଇ ମାସ ମଧ୍ୟରେ କୈଣସି ରୋଗୀଙ୍କୁ ଭର୍ତ୍ତି କରାଯାଇ ନାହିଁ। ଯେତେବେଳେ ଅନ୍ୟ ଦେଶରେ ମାମଲା ବଢୁଛି, ସେତେବେଳେ ଭାରତ ଓ ଓଡିଶାର ଅବସ୍ଥା ଭଲ ଅଛି ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ଦେଶରେ ଚିହ୍ନଟ ହୋଇଥିବା ସଂକ୍ରମଣ ଗୁଡିକ ନିକଟରେ ସାମାନ୍ୟ ଲକ୍ଷଣ ଏବଂ ସେଠାରେ ଡାକ୍ତରଖାନା ଯିବାର ନଜିର ନାହିଁ। ସେମାନଙ୍କର ଭୁଲ ନୀତି ଯୋଗୁଁ ଅନ୍ୟ ଦେଶରେ କୋଭିଡ ପରିସ୍ଥିତି ଗୁରୁତର ରହିଛି।

ଓଡିଶାରେ ପଜିଟିଭିଟି ହାର ଦୈନିକ ୦.୦୧ ପ୍ରତିଶତ ଏବଂ ସାପ୍ତାହିକରେ ୦.୦୧୨ ପ୍ରତିଶତ ରହିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ସାମଗ୍ରିକ କୋଭିଡ୍ ପରିଚାଳନା ଭଲ ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଭୟଭୀତ ହେବାର ଆବଶ୍ୟକତା ନାହିଁ। ଭାରତରେ ବ୍ୟାପକ ଟିକାକରଣ ହେତୁ ଜନସଂଖ୍ୟାରେ ଆଣ୍ଟିବଡି ବୃଦ୍ଧି ପାଇଛି।

 

Comments are closed.