Latest Odisha News

ସମ୍ପତ୍ତି ତାଲିକା ନ ଦେଲେ ବନ୍ଦ ହେବ ବାବୁଙ୍କ ଦରମା, ଚିଠିକୁ ନେଇ ହଇଚଇ

ଭୁବନେଶ୍ୱର: ବାବୁ ଦେବେ ସମ୍ପତ୍ତି ତାଲିକା । ନ ହେଲେ ବନ୍ଦ ହେବ ଦରମା । ବାର୍ଷିକ ସମ୍ପତ୍ତି ତାଲିକା ଦେବାକୁ କୃଷି ବିଭାଗର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରମୁଖ ସଚିବ । ଯେଉଁ ଅଧିକାରୀ ବାର୍ଷିକ ସମ୍ପତ୍ତି ତାଲିକା ଦେବେ ନାହିଁ ସେମାନେ ଆସନ୍ତା ଫେବ୍ରୁଆରୀ ମାସରୁ ପାଇବେ ନାହିଁ ଦରମା । କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ଏଭଳି ନିର୍ଦ୍ଦେଶନାମା ଅଧିକାରୀମାନଙ୍କୁ ହରଡ଼ଘଣାରେ ପକାଇଛି ।

ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ୨୦୨୨ ଡିସେମ୍ବର ୩୧ରେ ଜାରି ଚିଠି ନମ୍ବର ୨୪୩୬ରେ ସମସ୍ତ ଅଧିକାରୀଙ୍କ ସମ୍ପତ୍ତି ତାଲିକା ଦାଖଲ ପାଇଁ କୁହା ଯାଇଥିଲା । ୨୦୨୩ ଜାନୁଆରୀ ୩୧ ସୁଦ୍ଧା HRMS ପୋର୍ଟାଲରେ ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ପାଇଁ ନିର୍ଦ୍ଦେଶ ରହିଛି । ଆଉ ଯାହାର ଖିଲାପ କଲେ ସମ୍ପତ୍ତି ତାଲିକା ନଦେବା ପର୍ଯ୍ୟନ୍ତ ଦରମା ମିଳିବ ନାହିଁ ।

Comments are closed.