Latest Odisha News

BREAKING NEWS

ଉପକାରୀ ମଟର ଛୁଇଁ…

ଆମ ଶରୀର ପାଇଁ ଉପକାରୀ ମଟର ଛୁଇଁ । ମଟର ଛୁଇଁରେ ରହିଛି ଆଇରନ୍‌, କ୍ୟାଲସିୟମ୍‌, ଭିଟାମିନ୍‌ ବି ୬, ଭିଟାମିନ୍‌ ସି, ମ୍ୟାଗ୍‌ନେସିୟମ୍‌ ଭଳି ଅନେକ ଗୁଣକାରୀ ତତ୍ତ୍ୱ। ଫଳରେ ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ସହ ହୃତ୍‌ପିଣ୍ଡ ଓ କିଡ୍‌ନୀ ସୁସ୍ଥ ରହିଥାଏ। ଏହା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

ମଟର ଛୁଇଁରେ ରହିଛି ଫାଇବର  । ତେଣୁ ପାଚନତନ୍ତ୍ରକୁ ସକ୍ରିୟ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । କେବଳ ସେତିକି ନୁହେଁ, ଏହା କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ, ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବାରେ ବି ମଟର ଛୁଇଁର ଅନେକ ଭୂମିକା ରହିଛି।

ମଟର ଛୁଇଁକୁ ପେଷ୍ଟ କରି ତ୍ୱଚାରେ ଧୀରେ ଧୀରେ ମାଲିସ୍‌ କଲେ, ଏହା ସ୍କ୍ରବ୍‌ର କାମ ଦେଇଥାଏ । ଏପରି କିଛିଦିନ କଲେ ତ୍ୱଚା ସଫା ଦେଖାଯିବା ସହ ଗ୍ଲୋ କରିଥାଏ । ଶୀତଦିନେ ଅନେକଙ୍କର ଓଠ ଆଉ ପାଦର ଗୋଇଠି ଫାଟେ । କଞ୍ଚା ମଟର ଛୁଇଁ ନିୟମିତ ଖାଇଲେ ଅନେକ ରୋଗରୁ ଉପଶମ ମିଳିଥାଏ । ତେବେ ଅନେକ ଗୁଣରେ ଭରା ଏହି ମଟର ଛୁଇଁ  ।

Comments are closed.