Latest Odisha News

BREAKING NEWS

ଆଜି ସାରା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଗୋଟାଏ ପରଠୁ ବନ୍ଦ

ଭୁବନେଶ୍ୱର : ଆଜି ବାରବାଟିରେ ହକି ବିଶ୍ୱକପର ଉଦଘାଟନ ସମାରୋହ । ଏଥିସହ ବିଶ୍ୱକପ ପାଇଁ ବିଗୁଲ ବି ବାଜିବ। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ଦିନ ୧ଟା ପରଠାରୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସରକାରୀ, ବେସରକାରୀ ତଥା ଅନୁଦାନ ପ୍ରାପ୍ତ ସ୍କୁଲ ଦିନ ୧ଟା ପରଠାରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀ ଭରଚୁଆଲରେ ହକି ବିଶ୍ୱକପର ଉଦଘାଟନ ଦେଖିପାରିବେ।

ପ୍ରଥମେ କଟକ ଜିଲ୍ଲା ପ୍ରଶାସନ  ବୁଧବାର ମଧ୍ୟାହ୍ନ ୧ଟା ୩୦ ପରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ବନ୍ଦ ରଖିବା ବ୍ୟତୀତ ସରକାରୀ ଅଫିସ ଓ ସରକାରୀ ଅନୁଷ୍ଠାନଗୁଡ଼ିକ ପାଇଁ ଅଧା ଦିନ ଛୁଟି ଘୋଷଣା କରିଥିଲା। ଏହାପରେ ରାଜ୍ୟ ସରକାର ସ୍କୁଲ ଓ କଲେଜ ଦିନ ଗୋଟାଏ ପରେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ହକି ବିଶ୍ୱକପ୍ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ବେଳେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ୨୦୨୩ ମସିହା ଜାନୁଆରୀ ୨୯ ତାରିଖ ଯାଏ ଚାଲିବ। ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ବି ଟାଉନର ସେଲିବ୍ରିଟିଙ୍କ ଗୀତ ଓ ନୃତ୍ୟରେ ଦର୍ଶକଙ୍କ ମନ ମୋହିବ। ବଲିଉଡ୍ ତାରକା ରଣବୀର ସିଂହ ଓ ଦିଶା ପଟାନିଙ୍କ ସହ ପ୍ରିତମ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି।

 

Leave A Reply

Your email address will not be published.