ଗୌହାଟି: ମଙ୍ଗଳବାର ଗୌହାଟିରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୬୭ ରନରେ ପରାସ୍ତ କରିଛି। ଏଥିସହ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲି (୧୧୩), ରୋହିତ ଶର୍ମା (୮୩) ଏବଂ ଶୁଭମାନ ଗିଲ (୭୦) ରନ୍ କରିଥିଲେ। ନିର୍ଦ୍ଧାରିତ ୫୦ ଓଭରରେ ଭାରତ ସାତୋଟି ୱିକେଟ ହରାଇ ୩୭୩ ରନ୍ ସଂଗ୍ରହ କରିଥିଲା। ଏହି ବିଶାଳ ସ୍କୋର ଆଗରେ ଶ୍ରୀଲଙ୍କା ଦଳ ସମ୍ପୂର୍ଣ୍ଣ ଓଭର ଖେଳିବା ପରେ ଆଠଟି ୱିକେଟ୍ ହରାଇ ୩୦୬ ରନ କରିବାରେ ସକ୍ଷମ ହୋଇଥିଲା।
କୋହଲି, ରୋହିତ ଏବଂ ଗିଲଙ୍କ ବ୍ୟତୀତ ଟିମ୍ ଇଣ୍ଡିଆର ଏହି ବିଜୟର ଆଉ ଜଣେ ହିରୋ ଥିଲେ। ସେ ହେଉଛନ୍ତି ବୋଲର ଉମରନ୍ ମଲିକ୍। ଉମରନଙ୍କ ଧୂଆଁଧାର ବୋଲିଂ ଶ୍ରୀଲଙ୍କାର ତିନିଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନକୁ ଫେରିବାକୁ ପଡିଥିଲା। ଶ୍ରୀଲଙ୍କାର କ୍ୟାପଟେନ ଦାସୁନ୍ ସନାକ ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଦଳ ଜିତିପାରିନଥିଲା।
ଭାରତର ବିରାଟ ସ୍କୋର ଆଗରେ ଶ୍ରୀଲଙ୍କାକୁ ଭଲ ଆରମ୍ଭର ଆବଶ୍ୟକତା ଥିଲା। କିନ୍ତୁ ଦଳ ଏହା କରିପାରିନଥିଲା।
Comments are closed.