Latest Odisha News

BREAKING NEWS

ଧନୀ ତାଲିକାରେ ଟମ କ୍ରୁଜଙ୍କୁ ପଛରେ ପକାଇଲେ ଶାହାରୁଖ

ମୁମ୍ବାଇ: ୱାର୍ଲ୍ଡ ଅଫ ଷ୍ଟାଟିଷ୍ଟିକ୍ସ ଟ୍ୱିଟର ଆକାଂଉଟରେ ବିଶ୍ୱର ଧନୀ ଅଭିନେତାଙ୍କ ଏକ ସୂଚୀ ଜାରି କରାଯାଇଛି । ଏହି ତାଲିକାରେ ଭାରତର ଶାହାରୁଖ ଖାଁ ୪ର୍ଥ ସ୍ଥାନରେ ରହିଛନ୍ତି । ସେ ଟମ କ୍ରୁଜଙ୍କୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଶାହାରୁଖଙ୍କ ପାଖରେ ୬ ହଜାର ୩୦୦ କୋଟି ଟଙ୍କା ରହିଛି । କ୍ରୁଜଙ୍କ ପାଖରେ ୫ ହଜାର ୯୦ କୋଟି ଟଙ୍କା ରହିଛି । ଆମେରିକୀୟ ଅଭିନେତା ଜେରି ସେନଫିଲ୍ଡ ୧ ବିଲିୟନ ନେଟ ୱର୍ଥ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଟାଇଲର ପେରୀ ୮ ହଜାର ୨୦୦ କୋଟି ଟଙ୍କା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଡ୍ୱେନ ଜନଶନ ୬ହଜାର ୫୦୦ କୋଟି ସହ ତୃତୀୟ ସ୍ଥାନରେ ରହିଛନ୍ତି । ଜ୍ୟାକି ଚାନ ୫୨୦ ମିଲିୟନ ଡଲାର ସହ ୫ମ ସ୍ଥାନ ହାସଲ କରିଛନ୍ତି ।

ପଠାନ ଫିଲ୍ମ ରିଲିଜ ପୂର୍ବରୁ ଏହି ତାଲିକା ଶାହାରୁଖଙ୍କୁ ପୁଣି ଚର୍ଚ୍ଚିତ କରାଇଛି । ଜାନୁୟାରୀ ୨୫ରେ ଏହା ରିଲିଜ ହେବ । ଏହା ବ୍ୟତୀତ ଚଳିତ ବର୍ଷ ଜବାନ ଓ ଡଙ୍କି ଫିଲ୍ମରେ ମଧ୍ୟ ବାଦଶାହ ଖାଁଙ୍କୁ ଦେଖିବାକୁ ମିଳିବ । ବୟକଟ ଟ୍ରେଣ୍ଡ ମଧ୍ୟରେ ଆଜି ପଠାନ ହିଟ ହେଉଛି କି ନାହିଁ ସେଥିପ୍ରତି ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.