Latest Odisha News

ସାବଧାନ! ସିସିଟିଭି ଛାଉଣୀରେ ରାଜଧାନୀ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ସିସିଟିଭି ଛାଉଣୀରେ ରାଜଧାନୀ ଭୁବନେଶ୍ୱର। ଅସାମାଜିକ ବ୍ୟକ୍ତି ଓ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନଜର ରଖିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୧୪୭ଟି ଛକରେ ଆଠ ଶହଟି ସିସିଟିଭି କ୍ୟାମେରା ଲଗାଯାଇଛି।

ଭୁବନେଶ୍ୱରର ୧୪୭ଟି ଟ୍ରାଫିକ୍ ଛକରେ ୫୨୮ଟି କ୍ଲୋଜ୍ ସର୍କିଟ୍ କ୍ୟାମେରା ଲଗାଯାଇ ସମସ୍ତ ତଥ୍ୟକୁ ପୁଲିସ କମିସନରେଟ୍ ବିଲ୍ଡିଂ ଭିତରେ ଥିବା ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମରେ ତଦାରଖ କରିବା ସହିତ ଅନୁଧ୍ୟାନ କରାଯାଉଛି।

ହକି ବିଶ୍ୱକପ୍କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା, ଏ ନେଇ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଦାୟିତ୍ୱରେ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି, ସମସ୍ତ ପ୍ରମୁଖ ଛକରେ ଥିବା କ୍ୟାମେରା ବ୍ୟତୀତ, ଭୁବନେଶ୍ୱରର ନଅଟି ହୋଟେଲରେ କଣ୍ଟ୍ରୋଲ ରୁମ୍ ମଧ୍ୟ ସ୍ଥାପନ କରିଛୁ ଯେଉଁଠାରେ ଏକ ଟିମ୍ ରହୁଛନ୍ତି।

ପିସିଆର ଭ୍ୟାନ୍ ସିସିଟିଭି କ୍ୟାମେରାରେ ନଜର ରଖୁଥିବା ସମସ୍ତ ଘଟଣା ଉପରେ ନଜର ରଖିବ। ବିଶ୍ୱକପ୍ ସମୟରେ କୌଣସି ଅଘଟଣ ଘଟିଲେ ପରିସ୍ଥିତିକୁ ସ୍ବାଭାବିକା କରିବାକୁ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି। ହକି ଟିମ୍କୁ ଅତିରିକ୍ତ ପାଇଲଟିଂ ଗାଡ଼ି, ଭିଏଚଏଫ୍ ଡିଭାଇସ୍ ଥିବା ଅଧିକାରୀଙ୍କୁ ସେମାନଙ୍କ ଗତିବିଧି ରିପୋର୍ଟ କରିବା ପାଇଁ ଯୋଗାଇ ଦିଆଯାଇଛି।

ଡିସିପି ପ୍ରତୀକ ସିଂହ କହିଛନ୍ତି, ହକି ବିଶ୍ୱକପ ପାଇଁ ଆଠ ଶହ ସିସିଟିଭି ରାଜଧାନୀରେ ଖଞ୍ଜା ହୋଇଛି। ଏହି ସିସିଟିଭି ଟ୍ରାଫିକ ସହିତ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ନଜର ରଖିବ।

ଉଲ୍ଲେଖଯୋଗ୍ୟ, ରାଜଧାନୀ ହାଇ ସିକ୍ୟୁରିଟି ଭିତରେ ରିହଥିଲେ ମଧ୍ୟ ନିକଟରେ ରବିବାର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ୩୦ରୁ ଅଧିକ ଦୁର୍ବୃତ୍ତ ଏକ ବସରେ ଆସି ଏକ ବାରରେ ଭଙ୍ଗାରୁଜା କରିଥିଲେ। ପରଦିନ ପୁଲିସ ୩୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଏହି ଘଟଣା ରାଜଧାନୀରେ ପୁଲିସ ପାଟ୍ରୋଲିଂ ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Comments are closed.