Latest Odisha News

ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଅବଦୁଲ ଅଲିମ ଖାନଙ୍କୁ ବୁଧବାର ଦିନ ଆଡ଼ମିନଷ୍ଟ୍ରେଟିଭ ଗ୍ରାଉଣ୍ଡରେ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ନିର୍ଦ୍ଦେଶ ଅନୁସାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଅବଦୁଲ ଅଲିମ ଖାନଙ୍କୁ ଆଡ଼ମିନଷ୍ଟ୍ରେଟିଭ ଗ୍ରାଉଣ୍ଡରେ ନିଲମ୍ବନ କରାଯାଇଛି । ତେବେ କେଉଁ କାରଣ ପାଇଁ ତାଙ୍କ ବିରୋଧରେ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇନି।

ସୂଚନାଯୋଗ୍ୟ ଯେ, ଏହି ବରିଷ୍ଠ ପ୍ରଶାସନିକ ଅଧିକାରୀ ପୂର୍ବରୁ ବାଲେଶ୍ଵର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାନରେ ପ୍ରକଳ୍ପ ନିର୍ଦ୍ଦେଶକ ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଛନ୍ତି ।

Comments are closed.