Latest Odisha News

BREAKING NEWS

ଅଭୁଲା ଗୀତ : ଆଜି ମୁଁ ଶ୍ରାବଣୀ

ଗୀତ: ଜୀବନନନ୍ଦ ପାଣି
ସଙ୍ଗୀତ : ଶାନ୍ତନୁ ମହାପାତ୍ର
ଗାୟନ: ଲତା ମଙ୍ଗେସକର
ଚଳଚ୍ଚିତ୍ର: ଅରୁନ୍ଧତୀ, ୧୯୬୮

ଆଜି ମୁଁ ଶ୍ରାବଣୀ
ଆଜି ମୁଁ ଶ୍ରାବଣୀ
ଲୁହର ହରିଣୀ
ଯେଉଁ ରଜନୀ
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ
ଏତେ ମେଘ
ମୋ ଆକାଶେ
ଚନ୍ଦ୍ର କିମ୍ପାଇଁ
ମିଛେ ଆସେ ଉଇଁ
ଏତେ ମେଘ
ମୋ ଆକାଶେ
ଚନ୍ଦ୍ର କିମ୍ପାଇଁ
ମୋ ତିମିରେ ଖୋଜି
ତାର ହଜିଥିବା କଇଁ
ମୁଁ ଯେ ନିଶି ପଦ୍ମିନୀ
ଲୁହ ବାରୁଣୀ
ଯେଉଁ ରଜନୀ
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ
ଝୁରେ ଆଜି ସୂର୍ଯ୍ୟକୁ
ମୋ ଆକାଶ ଖାଲି
ଲୁହ ଢାଳି ଢାଳି
ଝୁରେ ଆଜି ସୂର୍ଯ୍ୟକୁ
ମୋ ଆକାଶ ଖାଲି
ଛଳ ଛଳ ଅନ୍ଧାରେ
ବାହୁନେ ମୋ ଝିଲ୍ଲୀ
ମରୁପଥେ ହଜିଛି ମୁଁ
ଲୁହ ତଟିନୀ
ଯେଉଁ ରଜନୀ
କେବେ ପାହିନି
ଆଜି ମୁଁ ସେଇ ରଜନୀ
ଆଜି ମୁଁ ଶ୍ରାବଣୀ
ଆଜି ମୁଁ ଶ୍ରାବଣୀ

ସୂର୍ଯ୍ୟ ଦେଓଙ୍କ ଓଡ଼ିଆ ସିନେମା ଗୀତ ୧୯୩୬ ରୁ ୬୯ ବହି

ନିଜ ମନ ପସନ୍ଦର ଗୀତ ପାଇଁ ନିମ୍ନ ଆଇଡିରେ ମେଲ କରନ୍ତୁ।
( editorodishasambad@gmail.com )

Comments are closed.