Latest Odisha News

BREAKING NEWS

ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ  

ନୂଆଦିଲ୍ଲୀ: ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ ୧୮୯୫ ମସିହା ଏପ୍ରିଲ ତାରିଖରେ ବ୍ରିଟିଶଇଣ୍ଡିଆନ ଆର୍ମି ପ୍ରତିଷ୍ଠା ହୋଇଥିଲା

ପରେ ଜେନେରାଲ ଫ୍ରାନସିସ ବଚର ଏହାର ମୁଖ୍ୟ ହୋଇଥିଲେ ୧୯୪୯ ଜାନୁଆରୀ ୧୫ ତାରିଖରେ ଭାରତ ନିଜର ପ୍ରଥମ ସେନାମୁଖ୍ୟ ପାଇଥିଲା ସେହିଦିନଠାରୁ ଭାରତୀୟ ସେନା ନିଜର ପ୍ରତିଷ୍ଠା ଦିବସ ପାଳି ଆସୁଛି ତେବେ ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀ କାଣ୍ଟେନମେଣ୍ଟ ଅନ୍ତର୍ଗତ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେବ ଚିତ୍ତାକର୍ଷକ ପରେଡ ପରେଡରେ ପ୍ରଦର୍ଶିତ କରାଯିବ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର

କେବଳ ଏତିକି ତାହା ନୁହେଁ ଭାରତୀୟ ଯବାନଙ୍କ ତ୍ୟାଗ, ବଳିଦାନ ସହ ଜଡ଼ିତ ଏହି ଦିବସରେ ଦେଶର କେତେକ ବରିଷ୍ଠ ସୈନିକ, ସେନା ଅଫିସରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ଏବଂ ଉତ୍ସବରେ ବୀର ଯବାନମାନେ ସେମାନଙ୍କ ଦକ୍ଷତା, ଯୁଦ୍ଧକୌଶଳ ପ୍ରଦର୍ଶିତ କରିବା ସହ ପରେଡ କରିବେ ତେବେ ଏହି ଦିବସ ଅବସରରେ ଭାରତୀୟ ସେନାକୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି

Comments are closed.