Latest Odisha News

BREAKING NEWS

କବିତା : ଜୀବନ ଗଣିତ

ଗଦାଧର ସାହୁ

ଆସ ଆସ ଗୋ ମିତ
ଆସ ସହି ସଙ୍ଗାତ,
ମିଳି ମିଶି କଷିବା
ଜୀବନ ଗଣିତ ।

ସୁଖ ଦୁଃଖକୁ ନେଇ
ରାଗ କ୍ରୋଧ ମିଶାଇ,
ସ୍ନେହ ଶ୍ରଦ୍ଧାକୁ ରଖିବା
ବନ୍ଧନୀ ଦେଇ ।

ଆଗ ବନ୍ଧନୀ ହଟା
ତୋରି,ମିଛ ଲେଉଟା,
ନ ହଟି ପାରିଲେ
ତୁ ହେବୁ ହଟହଟା ।

ତାପରେ ର ଆସିବ
ସଦା ସତର୍କ ଥିବ,
ରାଗ କ୍ରୋଧ ଥିଲେ
ତାକୁ ଶାନ୍ତେ ଗୁଣିବ ।

ପର ଧନ ହରଣ
ପର ନାରୀ ହରଣ,
ଜୀବନେ ନହରିଲେ
ହେବୁ ହଇରାଣ ।

ସତ୍ଯ କର୍ମ ଗୁଣିବୁ
ଭଲ କଥା ଶୁଣିବୁ,
ଅସତ୍ୟ ବାଟରୁ
ମନ ହଟାଇ ବେବୁ ।

ସୁଖ ଦୁଃଖ ମିଶାଇ
ଜୀବନ ଅର୍ଥ ଏହି,
ଦୁଃଖ ବେଶି ହେଲେ
ସୁଖୁ ଫେଡିବୁ ତୁହି ।

ଏ ଜୀବନ ଗଣିତ
ସଦା କଷିବା ମିତ,
ଅଭ୍ୟାସ କଲେ
ମିଳିବ ଲାଭ ଅଶେଷ ।

ବ୍ରହ୍ମଗିରି

Leave A Reply

Your email address will not be published.