ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ଡଟ୍ ଫେଷ୍ଟର ଗୁରୁବାର ଥିଲା ୫ମ ଦିନ । ଆଜିର ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତରେ ଝୁମିଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମରେ ୧୨ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ଥିଲେ । ସଙ୍ଗୀତଜ୍ଞ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ଚିତାକର୍ଷକ ସଙ୍ଗୀତ ପ୍ରଦର୍ଶନ ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିପାରିଥିଲା । ସେହିପରି ଲୋକପ୍ରିୟ ସଙ୍ଗୀତଜ୍ଞ ଉସ୍ତାଦ ତୌଫିକ୍ କ୍ୟୁରେଶ, ଓଜାସ୍ ଆଧିୟା ଓ ଓଡିଆ ଗାୟିକା ସୁସ୍ମିତା ଦାସ ନିଜ ସଙ୍ଗୀତରେ ଦର୍ଶକଙ୍କୁ ବିମୋହିତ କରିଥିଲେ । ଆନ୍ତର୍ଜାତୀୟ ପ୍ରଦର୍ଶନକାରୀ ଲୁଇସ୍ ବ୍ୟାଙ୍କ୍ସ, ଜର୍ଜ ବ୍ରୁକ୍ସ ଓ ଜିନେଥ୍ ୱେଂଟିଙ୍କ୍ ରାତିର ଉତ୍ସାହକୁ ଆହୁରି ବୃଦ୍ଧି କରିଥିଲେ ।
ଏହି ଅବସରରେ ଆୟୋଜିତ ଫୁଡ଼୍ ଫେଷ୍ଟିବାଲରେ ମଧ୍ୟ ଅସମ୍ଭାଳ ଭିଡ଼ । ଭିନ୍ନ ଭିନ୍ନ ଦେଶର ଲୋକେ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି । ଓଡିଶାର ହସ୍ତଶିଳ୍ପ ଓ ବୟନଶିଳ୍ପକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଫ୍ଲି ମାର୍କେଟ୍ରେ ସପିଙ୍ଗ୍ର ମଜା ନେଉଛନ୍ତି । ସେହିପରି ଭୁବନେଶ୍ୱରର କାଳ୍ପନିକ ସହରୀ ଐତିହ୍ୟ ଓ ଏହାର ରୂପାନ୍ତରଣକୁ ସମ୍ମାନିତ କରୁଥିବା ଡଟ୍ ଫେଷ୍ଟ୍ରେ ଆୟୋଜିତ ଫଟୋ ପ୍ରଦର୍ଶନୀ ସେବେ-ଆଉ-ଏବେ ଏହି ମହୋତ୍ସବର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।
BREAKING NEWS
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
- ଆଇସିସିର ନିଷ୍ପତି ମାନିନେଲା ବିସିବି, ଆଉ କରିବନି ଆବେଦନ
- କଟକ ଖାନନଗରରେ ‘ଆମ ବସ୍’ ଭଙ୍ଗାରୁଜା ଘଟଣା; ଆଇନ୍ ହାତକୁ ନନେବାକୁ କ୍ରୁଟର ଅପିଲ…
- ଜାପାନରେ ଆଉ ଦେଖିବାକୁ ନ ମିଳିପାରେ ପାଣ୍ଡା
Comments are closed.