Latest Odisha News

ଜାତି ଆଧାରରେ ଜନଗଣନା ବିରୋଧୀ ଆବେଦନ ଉପରେ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିହାରରେ ଜାତି ଆଧାରରେ ଜନଗଣନା ବିରୋଧରେ ହୋଇଥିବା ଆବେଦନ ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ। ଏ ବିଷୟରେ କୌଣସି ରାୟ ଶୁଣାଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ରାଜ୍ୟରେ ଜାତି ଆଧାରରରେ ଜନଗଣନା କରିବାକୁ ଚାହୁଁଛନ୍ତି।

ଏହାକୁ ବିରୋଧ କରି ସାମାଜିକ କର୍ମୀ ଅଖିଳେଶ କୁମାର ସୁପ୍ରିମକୋର୍ଟରେ ବିଭିନ୍ନ ପ୍ରମାଣପତ୍ର ସହ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବାକୁ ମନା କରିବା ସହ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ଆବେଦକଙ୍କୁ ପରାମର୍ଶ ଦେଇଛନ୍ତି।  କୌଣସି ବର୍ଗକୁ କେତେ ସଂରକ୍ଷଣ ମିଳିବ ତାହା ଆମେ କିପରି ନିଷ୍ପତ୍ତି ନେବୁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଶୁକ୍ରବାର ଜଷ୍ଟିସ୍ ବିଆଇର ଗୱଇ ଓ ଜଷ୍ଟିସ୍ ବିକ୍ରମ ନାଥଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଆବେଦନରେ କୌଣସି ଖାସ୍ କଥା ନାହିଁ। ଏ ସମ୍ପର୍କିତ ମାମଲା ହାଇକୋର୍ଟରେ ଆବେଦନ କରାଯିବା ଉଚିତ ବୋଲି ସୁପ୍ରିମକୋର୍ଟ କହିଥିଲେ। ଖଣ୍ଡପୀଠ ଆବେଦନ କର୍ତ୍ତାଙ୍କ ଓକିଲଙ୍କୁ କହିଥିଲେ “ଏହା ଏକ ପ୍ରଚାର ସର୍ବସ୍ୱ ଆବେଦନ। ଅମୁକ ଜାତିକୁ କେତେ ସଂରକ୍ଷଣ ଦିଆଯିବ ତାହା ଆମେ କେମିତି କହିବୁ ? କ୍ଷମା କରନ୍ତୁ ଆମେ ଏଭଳି ନିର୍ଦ୍ଦେଶ ଦେଇପାରିବୁ ନାହିଁ କି ଏଭଳି ଆବେଦନର ଶୁଣାଣି କରିପାରିବୁ ନାହିଁ। ”

ଏହି ମାମଲାରେ ଏନ୍‌ଜିଓଗୁଡ଼ିକ ଦ୍ୱାରା ଏକାଧିକ ଆବେଦନ ହୋଇଥିଲା। ଏସବୁକୁ ଖାରଜ କରିବା ସହ ବିହାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଇନର ଉଚିତ୍ ରାସ୍ତାରେ ଦ୍ୱାରା ସମାଧାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.