ମୟୂରଭଞ୍ଜ: ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ,୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି ।
ବଡ଼ସାହି ଅଞ୍ଚଳର ତପନ କୁମାର ରାଉତ ବାଇକ୍ରେ ଉଦଳା-ରାଢୋ ରାସ୍ତାରେ ଯାଉଥିଲେ । ବରବାଡ଼ି କେନାଲ ଛକରେ ୩ ଜଣ ଦୁର୍ବୃତ୍ତଏକ କଳା ପଲସରରେ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ । ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେ ପିନ୍ଧିଥିବା ୧୩ ଗ୍ରାମର ସୁନାଚେନ,ପର୍ସ,୨ଟି ମୋବାଇଲ ଆଦି ଲୁଟି ନେଇଥିଲେ । ପରେ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।
BREAKING NEWS
- ଏନସିଏ ହାଇ ପର୍ଫମାନ୍ସ ପ୍ରୋଗ୍ରାମ: ୩୦ ଖେଳାଳିଙ୍କ ମଧ୍ୟରେ ଶ୍ରେୟାଶ ଆୟାର, ଈଶାନ କିଶାନ
- ଭୁବନେଶ୍ଵରରେ ମୋଦୀ, ଦଳୀୟ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର
- ପଞ୍ଜାବକୁ ହରାଇଲା ହାଇଦ୍ରାବାଦ
- ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ, ମିଳିବ ୧୫ ଲକ୍ଷର ଅନୁକମ୍ପା ରାଶି
- ଭଂଜନଗରରେ ନିର୍ବାଚନୀ ହିଂସା, ୨ ବିଜେପି କର୍ମୀ ରକ୍ତାକ୍ତ
- ଆସନ୍ତୁ ଜାଣିବା ଆଇପିଏଲ ବ୍ରଡକାଷ୍ଟରଙ୍କ ଉପରେ କାହିଁକି ବିରକ୍ତ ହୋଇଛନ୍ତି ରୋହିତ
- ଭଦ୍ରାମୀ ଓ ସଂଯମତା ଭୁଲି ଯାଉଛନ୍ତି ବିଜେପି ନେତା: ବିଜେଡି
- ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ
- ମିଛ ଓ ଅପପ୍ରଚାର ବିରୋଧୀଙ୍କ ଅସ୍ତ୍ର, ବିକାଶ ବିଜେଡିର ଅସ୍ତ୍ର: ନବୀନ ପଟ୍ଟନାୟକ
- ଖଲ୍ଲିକୋଟ ନିର୍ବାଚନୀ ହିଂସା, ଗିରଫ ସଂଖ୍ୟା ୧୧କୁ ବୃଦ୍ଧି