ମୟୂରଭଞ୍ଜ: ଉଦଳା ଥାନା ଅର୍ନ୍ତଗତ ବରବାଡ଼ି କେନାଲ ଛକରେ ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଦୁବୃର୍ତ୍ତମାନେ ତାଙ୍କଠାରୁ ସୁନାଚେନ,୨ଟି ମୋବାଇଲ, ପର୍ସ ଓ ବାଇକ୍ ଚାବି ନେଇ ଫେରାର ହୋଇଯାଇଛନ୍ତି । ଏନେଇ ସେ ଉଦଳା ଥାନାରେ ଅଭିଯୋଗ କରିଛନ୍ତି ।
ବଡ଼ସାହି ଅଞ୍ଚଳର ତପନ କୁମାର ରାଉତ ବାଇକ୍ରେ ଉଦଳା-ରାଢୋ ରାସ୍ତାରେ ଯାଉଥିଲେ । ବରବାଡ଼ି କେନାଲ ଛକରେ ୩ ଜଣ ଦୁର୍ବୃତ୍ତଏକ କଳା ପଲସରରେ ଆସି ତାଙ୍କ ଗାଡ଼ିକୁ ଅଟକାଇଥିଲେ । ପରେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ସେ ପିନ୍ଧିଥିବା ୧୩ ଗ୍ରାମର ସୁନାଚେନ,ପର୍ସ,୨ଟି ମୋବାଇଲ ଆଦି ଲୁଟି ନେଇଥିଲେ । ପରେ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।
BREAKING NEWS
- Koida Tragedy: କୋମଳମତି ଶିଶୁଙ୍କର ଦୁଃଖଦ ମୃତ୍ୟୁ; ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ିଗଲେ ଦୁଇ ଭାଇ ଭଉଣୀ
- ସହରାଞ୍ଚଳ ବନ୍ୟା ମୁକାବିଲାକୁ ନେଇ ଆଲର୍ଟ ମୋଡ୍ରେ ସରକାର: ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ଛୁଟି ବାତିଲ, ପ୍ରସ୍ତୁତ ହେଉଛି ନୂଆ ଡ୍ରେନେଜ୍ ମାଷ୍ଟର ପ୍ଲାନ୍
- ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
- ରାଜଧାନୀରେ ପରକୀୟା ପ୍ରେମର କରୁଣ ପରିଣତି: ସ୍ତ୍ରୀକୁ ବିଷ ଇଞ୍ଜେକସନ୍ ଦେଇ ହତ୍ୟା କରିଥିବା ସ୍ୱାମୀ ଓ ପ୍ରେମିକାଙ୍କୁ ଆଜୀବନ ଜେଲ୍
- ଲାଞ୍ଚ ମାମଲାରେ ପୂର୍ବତନ ଏଏସ୍ଆଇଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ
- ମୁସଲିମ ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି ମୁସଲିମ ଛାତ୍ରୀ: ୫ ବର୍ଷ ମଧ୍ୟରେ କେତେ ପରିବର୍ତ୍ତନ ହୋଇଛି ଭାରତର ଶିକ୍ଷା ବ୍ୟବସ୍ଥା?
- ଆକାଶ ମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ
- କମନୱେଲଥ ଗେମ୍ସ ୨୦୨୬: ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତର ତିନି ଆଥଲେଟ
- ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର: ୫ ଜିଲ୍ଲାରେ ୬ ଲକ୍ଷରୁ ଅଧିକ ପ୍ରଭାବିତ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ୧.୬୫ ଲକ୍ଷ ଲୋକ
- Kesinga SDPO:କେସିଙ୍ଗା ଏସଡିପିଓଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍;୧୫ ଦିନ ମଧ୍ୟରେ ରିପୋର୍ଟ ତଲବ…
Comments are closed.