Latest Odisha News

BREAKING NEWS

ଆଉ ରହିବନି ଗାଡ଼ି ଚୋରି ଚିନ୍ତା ! ହୋଣ୍ଡା ଆଣିଲା ଆକ୍ଟିଭା ଏଚ୍-ସ୍ମାର୍ଟ

ଭୁବନେଶ୍ୱର: ହୋଣ୍ଡା ଆକ୍ଟିଭାର ଏଚ୍-ସ୍ମାର୍ଟ (Honda Activa H-Smart)ର ୩ଟି ଭାରିଆଣ୍ଟ ମାର୍କେଟକୁ ଆସିଛି । ଯେଉଁଥିରେ ଗୋଟିଏ ଲକରେ ୫ଟି ସୁବିଧା ରହିଛି । କାର ଭଳି ସ୍କୁଟରରେ ଆପଣ ଇଗ୍ନିସନ, ଲକ୍ ଓ ସିଟ୍ ଆଦି ଫିଚର୍ସ ସ୍ମାର୍ଟ କି (Smart-Key) ମାଧ୍ୟମରେ ବ୍ଯବହାର ଉପଯୋଗୀ କରି ପାରିବେ ।

Honda Launched New Activa With Smart Lock Key

ହୋଣ୍ଡା ପକ୍ଷରୁ ଆଜି ଆକ୍ଟିଭା ଏଚ୍-ସ୍ମାର୍ଟର ଘରୋଇ ବଜାର ପ୍ରବେଶ ହୋଇଛି । ଯେଉଁଥିରେ ଅନେକ ଆଡଭାନ୍ସ ଜ୍ଞାନକୌଶଳର ବ୍ୟବହାର କରାଯାଇଛି । ୩ଟି ଭାରିଆଣ୍ଟରେ ମାର୍କେଟକୁ ଆକ୍ଟିଭା ଏଚ୍-ସ୍ମାର୍ଟ ଆସିଥିବା ବେଳେ ଭୁବନେଶ୍ୱରରେ ଆକ୍ଟିଭା ଷ୍ଟାଣ୍ଡାର୍ଡ ଏକ୍ସ-ଶୋରୁମ୍ ମୂଲ୍ୟ ୭୭, ୬୫୮ ଟଙ୍କା ରହିଛି । ସେହିଭଳି ଆକ୍ଟିଭା ଡିଲକ୍ସର ଏକ୍ସ-ଶୋରୁମ୍ ମୂଲ୍ୟ ୮୦, ୧୫୯ ଟଙ୍କା ରହିଥିବା ବେଳେ ଆକ୍ଟିଭା ଏଚ-ସ୍ମାର୍ଟର ଏକ୍ସ-ଶୋରୁମ୍ ମୂଲ୍ୟ ୮୩, ୬୫୯ ଟଙ୍କା ରହିଛି ।

Honda Launched New Activa With Smart Lock Key

ତେବେ ଏହି ସ୍କୁଟରରେ ସ୍ମାର୍ଟ କି ରହିଛି, ଯାହାକି କାର ସହ ମିଳିଥାଏ । ଆକ୍ଟିଭା ଷ୍ଟାଣ୍ଡାର୍ଡ ଠାରୁ ଏଚ୍-ସ୍ମାର୍ଟର ମୂଲ୍ୟ ପ୍ରାୟ ୫ ହଜାର ଟଙ୍କା ଅଧିକ ରହିଛି । ଏଥିରେ ପୂର୍ବଭଳି ୧୦୯.୫୧ ସିସି କ୍ଷମତାର ଇଞ୍ଜିନ ରହିଥିବା ବେଳେ ଅନ୍ୟ କୌଣସି ପରିବର୍ତ୍ତନ ହୋଇ ନାହିଁ । ଡିସି ଏଲଇଡି ହେଡଲ୍ୟାମ୍ପ ରହିଛି । ଯାହାକି ରାତିରେ ବେଶ କାମରେ ଆସିଥାଏ ।

Honda Launched New Activa With Smart Lock Key

ଏହି ସ୍ମାର୍ଟ କି ସାହାଯ୍ୟରେ ଆପଣ ଗାଡ଼ି ଷ୍ଟାର୍ଟ କରିବା ସହ ବନ୍ଦ କରି ପାରିବେ । ତେଲ ପକାଇବା ଲାଗି ଆପଣ ସ୍ମାର୍ଟ କିର ବ୍ୟବହାର କରି ପାରିବେ । ତା’ଛଡ଼ା ସ୍ମାର୍ଟ କିରେ ସିଟ୍ ଖୋଲି ପାରିବେ । ଆଉ ଆପଣ ଗାଡ଼ି ଠାରୁ ୧୦ ମିଟର ଦୂରକୁ ପଳାଇଲେ ଏହା ଷ୍ଟାର୍ଟ ହେବ ନାହିଁ ।

Leave A Reply

Your email address will not be published.