Latest Odisha News

BREAKING NEWS

ନୌସେନାରେ ସାମିଲ ହେଲା ନୂଆ ଶିକାରୀ

ମୁମ୍ବାଇ: ଭାରତ ମହାସାଗରରେ ସମୁଦ୍ର ଭିତରେ ଯେତେବେଳେ ପଡ଼ୋଶୀ ଦେଶର ବିପଦ ରହିଛି ବୋଲି ଆଶଙ୍କା ଭିତରେ ନୌସେନାରେ ସାମିଲ ହୋଇଛି ଆଇଏନଏସ ଓ୍ୱାଗିର। କଲଭରୀ ଶ୍ରେଣୀର ଏହା ପଞ୍ଚମ ବୁଡା ଜାହାଜ। ସୋମବାର ଭାରତୀୟ ନୌସେନାରେ ଏହି ଯୁଦ୍ଧପୋତ ସାମିଲ ହୋଇଛି। ନୈସେନା ମୁଖ୍ୟ ଆଡମିରାଲ ଆର. ହରି କୁମାର ଏହାର ଉଦଘାଟନ କରିଛନ୍ତି।

ନୈସେନାର ମୁଖ୍ୟ ଏହି ଅବସରରେ କହିଛନ୍ତି, ଏହି ବୁଡ଼ାଜାହାଜ ଭାରତୀୟ ନୈସେନାର କ୍ଷମତାକୁ ବଢାଇବ। ଶତ୍ରୁକୁ ରୋକିବା ପାଇଁ ଭାରତର ସାମୁଦ୍ରିକ ଶକ୍ତି ବୃଦ୍ଧି କରିବ। ଏବଂ ସଙ୍କଟ ସମୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ସହିତ ଇଣ୍ଟେଲିଜେନ୍ସ, ସର୍ଭିଲାନ୍ସରେ ସହଯୋଗ କରିବ। ଏହାକୁ ନୂଆ ଶିକାରୀ ବୋଲି ଡକାଯାଇପାରିବ ବୋଲି ସେ କହିଛନ୍ତି।

ଫରାସୀ ବୈଷୟିକ ଜ୍ଞାନକୌଶଳରେ ମୁମ୍ବାଇସ୍ଥିତ ମାଜାଗାଓଁ ଡକ୍‌ ସିପ୍‌ବିଲ୍‌ଡର୍ସ ଲିମିଟେଡ୍‌ ଦ୍ବାରା ଏହି ଆଇଏନ୍‌ଏସ୍‌ ଓ୍ୱାଗିର ତିଆରି ହୋଇଛି। ଓ୍ୱାଗିର ହେଉଛି ଏକ ପାର୍ସୀ ଶବ୍ଦ। ଯାହାର ଅର୍ଥ ପାର୍ସୀରେ ଶିକାରୀ। ତେଣୁ ଏହାକୁ ନୂଆ ଶିକାରୀ ବୋଲି ଡକାଯାଇପାରିବ ବୋଲି ସେ କହିଛନ୍ତି।

ନୈସେନା ମୁଖ୍ୟ ଆଡମିରାଲ୍ ଆର. ହରିକୁମାରଙ୍କ ଅନୁଯାୟୀ, ଆଇଏନଏସ ଓ୍ୱାଗିରରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ରହିଛି। ଏହା କେବଳ ନୈସେନାର ଯୁଦ୍ଧ କ୍ଷମତା ବୃଦ୍ଧି କରିବ ନାହିଁ, ବରଂ ଦେଶର ପ୍ରତିରୋଧ କ୍ଷମତା ମଧ୍ୟ ବଢାଇବ। ଏହା ଆତ୍ମନିର୍ଭର ଭାରତର ପ୍ରତୀକ। କେବଳ ନିଜ ଦେଶ ନୁହେଁ ଅନ୍ୟ ଦେଶ ପାଇଁ ଏହା ଲାଭ ଦାୟକ। ପୂର୍ବରୁ ଭାରତ ଛୋଟ ଛୋଟ ଦେଶ ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ୱୀପ ପାଇଁ ଛୋଟିଆ ଦ୍ବୀପ ତିଆରି କରିଛି ବୋଲି ସେ କହିଛନ୍ତି। ଓ୍ୱାଗିର ନିର୍ମାଣ ପଛରେ କୌଣସି ଦେଶକୁ ପ୍ରତିହତ କରିବା ଉଦ୍ଦେଶ୍ୟ ନୁହେଁ ବରଂ ନିଜ ଦେଶର ସୁରକ୍ଷା ବୋଲି ସେ କହିଛନ୍ତି।

Comments are closed.