କଟକ: ଆଜି କଟକ ବାଦାମବାଡ଼ି ଅଞ୍ଚଳରୁ ଏକ ବଡ଼ ଧରଣର ସେକ୍ସ ରାକେଟ୍ ଠାବ କରଛି ପୋଲିସ । ପୋଲିସ ଚଢାଉ କରି ୫ ଦେହଜୀବୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ଧରି ଅଟକ ରଖିଛି । ଏହି ସେକ୍ସ ରାକେଟ ଏକ ୱେବ ଚ୍ୟାନେଲ ଅଫିସରେ ଚାଲିଥିଲା । ଦେହଜୀବୀମାନଙ୍କୁ ଉଦ୍ଧାର କରିବା ସମୟରେ ଅନେକ ସାମଗ୍ରୀ ଜବତ କରିଛି ପୋଲିସ ।
କଟକ ବାଦାମବାଡ଼ିସ୍ଥିତ ନିଶାମଣି ହଲ ପଛ ସୂର୍ଯ୍ୟବିହାର ଲେନ୍-୨ରେ ଖୁଲମ୍ଗୁଲା ଚାଲିଥିଲା ସେକ୍ସ ରାକେଟ । କମ ବୟସର ଯୁବକଙ୍କୁ କରୁଥିଲେ ଟାର୍ଗେଟ । ଏକ ୱେବ ଚ୍ୟାନେଲ ଅଫିସରେ ଏହି ର୍ୟାକେଟ ଚାଲିଥିବା ନେଇ ପୂର୍ବରୁ ସ୍ଥାନୀୟ ବାସିନ୍ଦା ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଜି ଅପରାହ୍ନ ୪ଟାରେ କମିଶନରେଟ୍ ପୋଲିସ ଏହି ୱେବ ଚ୍ୟାନେଲ ଅଫିସ ଉପରେ ଚଡାଉ କରି ୫ ଦେହଜୀବୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ଧରିଥିଲା । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ବାଦାମବାଡ଼ି ଥାନା ପୋଲିସ ।
BREAKING NEWS
- ୟୁନିସେଫ୍ ର ଭାରତର ନ୍ୟାସନାଲ ଆମ୍ବାସାଡାର ହେଲେ କରୀନା
- ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ
- ରୋହିତ ଶର୍ମା ଆଘାତପ୍ରାପ୍ତ !
- ଓଡ଼ିଶା ଭଳି ରାଜ୍ୟର ନେତା, ତା ନିଜ ମାଟିର ପୁଅ ହୁଅନ୍ତୁ; ଜୟଶଙ୍କର
- ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର
- ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି
- ରାଣୀଙ୍କ ଆଖିରେ ଲୁହ !
- ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ
- ‘ରାହୁଲ ଗାନ୍ଧୀ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ୍’
- ରାଜ୍ୟପାଳଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ; ରାଜଭବନର ସିସିଟିଭ ଫୁଟେଜ୍ ମାଗିଲେ କଲିକତା ପୋଲିସ୍