Latest Odisha News

BREAKING NEWS

ଖାଆନ୍ତୁ ଗାଜର, ବଢ଼ିବ ଆଖିର ଜ୍ୟୋତି…

ବଜାରରେ ଦୁଇ ପ୍ରକାରର ଗାଜର ଦେଖାଯାଏ। ଗୋଟିଏ ଲାଲ ରଙ୍ଗର ଓ ଅନ୍ୟଟି ହାଲକା ଗୋଲାପୀ ରଙ୍ଗ ଗାଜର। ବଜାରକୁ ଏଥରକ ନୂଆ କରି କଳା ରଙ୍ଗର ଗାଜର ଆସିଛି। ପୋଷକତତ୍ତ୍ବରେ ଭରପୂର କଳା ଗାଜର  । ଏହି କଳା ଗାଜର ଖାଇବାକୁ ବିଶେଷଜ୍ଞ ଦଳ କହିଛନ୍ତି ।
ଏହି ଗାଜରରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହୁଛି। ତେଣୁ ଶରୀର ପାଇଁ ଉପକାରୀ କଳା ଗାଜର…. କଳା ଗାଜରରେ ଆନ୍ଥୋସିଆନିନ୍ ଥିବାରୁ ତାହାକୁ ଖାଇଲେ କର୍କଟ ରୋଗ ହେବା ଆଶଙ୍କା କମିଥାଏ । ତେଣୁ ନିଜ ଖାଦ୍ୟରେ ସାମିଲ କରନ୍ତୁ  ।
ଅନ୍ୟ ରଙ୍ଗ ଗାଜର ପରି କଳା ଗାଜର ଖାଇଲେ ମଧ୍ୟ ଆଖିର ଜ୍ୟୋତି ବଢ଼େ।
କଳା ଗାଜର ଖାଇଲେ ଓଜନ ବି କମ୍ ହେଉଥିବା ଏକ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି।

କଳା ଗାଜର ଖାଇବା ଦ୍ୱାରା ହୃଦ୍‌ରୋଗୀଙ୍କ ଶରୀରରେ କିଛି ମାତ୍ରାରେ ପରିବର୍ତ୍ତନ ଦେଖାଦେଇଥାଏ  । ତେଣୁ ହୃଦ୍‌ରୋଗୀ ମାନେ ନିୟମିତ ଜଳା ଗାଜର ଖାଇବା ଆବଶ୍ୟକ  ।

Leave A Reply

Your email address will not be published.