Latest Odisha News

BREAKING NEWS

ଶିଶୁ କବିତା : ଆମେ ଭାରତର ସନ୍ତାନ

ବନ୍ଦିତା ଦାଶ 

ଆମେ ଭାରତ ମାଆର ସନ୍ତାନ
ଆମ ମନରେ ନଦିଅ କଷଣ
ଆମେ କରିବୁନି ମାନ ଅଭିମାନ
ବିତୁ ନିରଳସ ଆମ ଜୀବନ।

ଅମୂଲ୍ଯ ଆମ ଏ ଜୀବନ
ଆମ ମାଟି ଆମପାଇଁ ମହାନ
ରକ୍ଷା କରିବୁ ତାହାର ସମ୍ମାନ
ଆମ ପାଇଁ ସେ ଯେ ବାସଚନ୍ଦନ।

ଟେକ ରଖିବୁ ଯାବତଜୀବନ
ଗରୀୟସୀ ସରଗଠୁ ମହାନ
ତା’ର ଗଉରବ ଚିରଅମ୍ଳାନ
ଆମେ ତାହାର ସୁଯୋଗ୍ଯ ସନ୍ତାନ।

ଆମେ କରିବୁ ମାଆର କରମ
ଭାଙ୍ଗିଦବୁ ଜଗତର ଭରମ
ମାନବିକତା ଆମର ଧରମ
ଏଇ ବିଶ୍ବେ ହୋଇବୁ ପ୍ରଥମ ।

ଏଇ ମାଟି ପାଣି ଆମ ଜୀବନ
ପ୍ରସାରିତ ହେଉ ଆମ ଜୀବନ
ସେବୁଥିବା ତା’ ପାଦ ଅନୁକ୍ଷଣ
ବ୍ରତ ଆମରି ତାହାର ଧିଆନ ।

କହିବା, ‘ବସୁଧୈବ କୁଟୁମ୍ବକମ୍’
ପୂଜିବା ମୈତ୍ରୀ, ପ୍ରୀତିର ଚରଣ
ଗାଇ ସମାନତାର ମହାମନ୍ତ୍ର
ଆମେ ଭାରତ ମାଆର ସନ୍ତାନ ।

କାଂଶବାହାଲ, ସୁନ୍ଦରଗଡ

Leave A Reply

Your email address will not be published.