କଥାରେ ଅଛି କ୍ରୋଧ ମଣିଷର ବଡ଼ ଶତ୍ରୁ । ରାଗିଥିବା ସମୟରେ ମଣିଷ ତାର ବୁଦ୍ଧି, ବିବେକକୁ ହରାଇ ବସିଥାଏ । ବ୍ରିଟେନର ଜଣେ ରୋଷେୟା ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରି ନ ଏମିତି କିଛି କାରନାମା କରିଛନ୍ତି ଯେଉଁଥିପାଇଁ ତାଙ୍କୁ ୧୭ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ରୋଚକ ଘଟଣା ଘଟିଛି ବ୍ରିଟେନରେ ।
ଟୋନି ୱିଲିୟମ୍ସ ନାମକ ଜଣେ ବ୍ୟକ୍ତି ବିଟ୍ରେନର ରୟାଲ୍ ୱିଲିୟମ୍ ଏକ ପବ୍ରେ ରୋଷେୟା ଭାବେ କାମ କରନ୍ତି । ପବ୍ର ମାଲିକ ତାଙ୍କୁ ତାଙ୍କର ମାସିକ ପାରିଶ୍ରମିକ ଦେବାରେ ଅବହେଳା କରିଥିଲେ । ସେ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ମାଲିକ ଠିକ୍ ସମୟରେ ତାଙ୍କର ପାରିଶ୍ରମିକ ଦେଉ ନ ଥିଲେ । ଏହାକୁ ନେଇ ଦିନେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । ଶେଷରେ ଟୋନି ରାଗି ଯାଇ ଚାକିରି ଛାଡ଼ି ଦେଲେ । ହେଲେ ନିଜର କ୍ରୋଧ ଶାନ୍ତ କରିବା ପାଇଁ ଆସିବା ପୂର୍ବରୁ ରୋଷେଇ ଘରେ କିଛି ବିଷାକ୍ତ ଅସରପା ଛାଡ଼ି ଦେଇ ଚାଲି ଆସିଥିଲେ । ପବ୍ କର୍ମଚାରୀ ଏହା ଜାଣିପାରି ସଙ୍ଗେ ସଙ୍ଗେ କୀଟନାଶକ ପକାଇ ରୋଷେଇ ଘରକୁ ସଫା କରିଥିଲେ । ଏପରି କାର୍ଯ୍ୟ ରୋଷେଇ ଟୋନିଙ୍କର ହୋଇଥିବା ସନ୍ଦେହ କରିବା ସହ ସିସିଟିଭି ଯାଞ୍ଚ କରିଥିଲେ । ସିସିଟିଭି କ୍ୟାମରୋରେ ଟୋନି ଅସରପା ରୋଷେଇ ଘରେ ଛାଡ଼ିଥିବା ପ୍ରମାଣ ମଧ୍ୟ ମିଳିଥିଲା । ପରେ ଏହି ଘଟଣା ଥାନାରେ ପହଞ୍ôଚଲା । ପୋଲିସ ଟୋନିଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କଲା । ଶେଷରେ ଟୋନିଙ୍କୁ ୧୭ ମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ରାୟ ଦେଇଥିଲେ । ସାଧାରଣତଃ ଏହି ଅସରପାକୁ ସାପର ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ ।
BREAKING NEWS
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!
- ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଟିମ୍
- ମୋଦୀଙ୍କୁ ସାହାଯ୍ୟ ମାଗିବାର କିଛି ଦିନ ଭିତରେ ମିଳିଲା ନ୍ୟାୟ: ସମାଧାନ ହେଲା ମୁମ୍ବାଇର ବହୁ ଚର୍ଚ୍ଚିତ ଜମି ବିବାଦ ମାମଲା
- କୁକୁର ନା ବିରାଡ଼ି କାମୁଡ଼ା, କିଏ ଅଧିକ ବିପଜ୍ଜନକ? ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
- ଆକାଶରେ ଫାଟିଲା ଟାୟାର, ବିମାନ ଭିତରେ ଖସିପଡ଼ିଲା ଛାତ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଛାତିଥରା ଭିଡିଓ
- ସଲମାନଙ୍କ ଦୁଃଖ ଭରା ପୋଷ୍ଟ ନା ଆଗାମୀ ଫିଲ୍ମ ‘ସିକନ୍ଦର’ର ପ୍ରମୋସନ୍? ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର
- ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ତରଳୁଛି ହିମାଳୟର ଗ୍ଲେସିୟର, ବିପଦରେ ଭାରତର ୨୦ ପ୍ରତିଶତ ଜିଡିପି
- ଘୂର୍ଣ୍ଣିବଳୟ ସକ୍ରିୟ; ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
- ବେକାରୀ ହାର ନେଇ ନୂଆ ସର୍ଭେ ରିପୋର୍ଟ: ସହର ତୁଳନାରେ ଗ୍ରାମାଞ୍ଚଳରେ ସୃଷ୍ଟି ହେଲା ଅଧିକ ନିଯୁକ୍ତି ସୁଯୋଗ

Comments are closed.