ଯାଜପୁର: ଯାଜପୁର ଜିଲା ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଶୁକ୍ରବାର ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ୨ ଜଣ ଯୁବକ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତ ଯୁବକ ଜଣକ ହେଲେ ରଜତ କୁମାର ସାହୁ । ଉଭୟଙ୍କ ଘର ବରୀ ଦରଘା ଗ୍ରାମରେ ।
ଗ୍ରାମର ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଯୁବକ ମା’ ସରସ୍ୱତୀଙ୍କ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ବିସର୍ଜନ ବେଳେ ଅସାବଧାନତା ଯୋଗୁ ୨ ଜଣ ଯୁବକ ପାଣିରେ ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ଯୁବକମାନେ ଉଭୟଙ୍କୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଯାଜପୁର ସ୍ଥାନାନ୍ତର କରାଯିବାକୁ ଉଦ୍ୟମ କରାଯାଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ମିଳି ନ ଥିଲା । ଏହାକୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତଜେନା ଦେଖାଦେଇଥିଲା । ଖବରପାଇ ବିଜେପି ନେତା ଉମେଶ ଜେନା ମେଡିକାଲରେ ପହଂଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଡ଼ାକ୍ତର ଜଣଙ୍କର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣଙ୍କୁ ଯାଜପୁର ସ୍ଥାନାନ୍ତର କରାଯାଇଛି ।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.