ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଏ କେତେ କ’ଣ କରିଥାନ୍ତି । ସେମିତି ଜଣେ ଯୁବତୀ ନିଜ ବିବାହକୁ ସ୍ମରଣୀୟ କରିବାକୁ ଯାଇ କିଛି ଭିନ୍ନ ଉଦ୍ୟମ କରି ଚର୍ଚ୍ଚାକୁ ଆସିଛନ୍ତି । ସେ ତାଙ୍କ ହେୟାର ଷ୍ଟାଇଲକୁ ବିଭିନ୍ନ ପ୍ରକାରର ଚକୋଲେଟ୍ରେ ସଜ୍ଜାଇବା ସହ ନିଜ ଅଳଙ୍କାରକୁ ଚକୋଲେଟ୍ରେ ମଧ୍ୟ ସଜ୍ଜାଇଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସାଧାରଣତଃ ମହିଳାମାନେ ବିବାହ ସମୟରେ ଅଧିକ ସୁନ୍ଦର ଦେଖାଯିବା ପାଇଁ ଭିନ୍ନ ଭିନ୍ନ ଷ୍ଟାଇଲ୍ରେ ମେକ୍ଅପ କରିଥାନ୍ତି । ସେଥିଲାଗି ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ହେଲେ ଏହି ମହିଳା ଜଣକ ବିବାହ ସମୟରେ କୌଣସି ଅଳଙ୍କାର ଲଖାଇଥିବା ଦେଖିବାକୁ ମିଳିନାହିଁ । କେବଳ ୫ ଷ୍ଟାର,କିଟ୍କାଟ୍,ଡ଼୍ରାଏ ମିଲ୍କି,ମିଲ୍କି ବାର ଆଦି ଚକୋଲେଟରେ ସଜ୍ଜେଇ ହୋଇଛନ୍ତି । ସେ ତାଙ୍କ ହେୟାର ଷ୍ଟାଇଲକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାରର ଚକୋଲେଟ୍ ବ୍ୟବହାର କରିଛନ୍ତି । ସେମିତି ବେକରେ ପିନ୍ଧିଥିବା ହାରଟି ଚକୋଲେଟ୍ରେ ତିଆରି ହୋଇଛି । କାନ ଫୁଲ ଓ ମଥାରେ ମଧ୍ୟ ଚକୋଲେଟ୍ ଲଗାଇ ସଜ୍ଜିତ ହୋଇଛନ୍ତି । ଏହି ଭିଡିଓକୁ ଚିତ୍ରାସ୍ ମେକ୍ଅପ୍ ଆର୍ଟିଷ୍ଟ ପକ୍ଷରୁ ସେୟାର କରାଯାଇଛି , ଯାହା ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିନ୍ନ ଷ୍ଟାଇଲକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି ।
BREAKING NEWS
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
- Fake note: ନକଲି ନୋଟ କାରବାର ଘଟଣାରେ ପୁଣି ୨ ଗିରଫ
- ମଦ୍ୟପାନ ସମୟରେ ଜମାରୁ ଖାଆନ୍ତୁନି ଏହି ଖାଦ୍ୟ, ଜୀବନ ପଳାଇବ !
- Hindu man lynched in Bangladesh: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା,ଏକ ଭିଡ଼ ପିଟି ପିଟି…
- ହର୍ବାଲ ଟିକୁ ‘ଚା’ କହିବା ଭୁଲ; ବେଆଇନ ଘୋଷଣା କଲା FSSAI
- ଶୀତ ଦିନେ ଚୁମ୍ବନ କଲେ ଛାଡ଼ିଯିବ ଥଣ୍ଡା ଜ୍ୱର ! ଜାଣନ୍ତୁ କ’ଣ କହୁଛି ମେଡିକାଲ ସାଇନ୍ସ
- ଲିଭ୍-ଇନ୍ ରିଲେସନସିପ୍କୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ, ସମସ୍ତେ ଆଶ୍ଚର୍ଯ୍ୟ
- Illegal immigration:’ଦେଶାନ୍ତର କରିବାର ଅଧିକାର ଅଛି…’, ଅବୈଧ ପ୍ରବାସୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ଥରୁରଙ୍କ ସମର୍ଥନ
- ୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ
- ରେଡ୍ ଫ୍ଲାଗ ଘୋଷଣା ହେଲା ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ମାମଲା…
Comments are closed.