Latest Odisha News

BREAKING NEWS

ସ୍ତ୍ରୀକୁ ପୋଡ଼ି ମାରିଦେଇଥିଲା ପିଶାଚ ସ୍ୱାମୀ, ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ମୁମ୍ବାଇ: ଆଜି ବି ଯୌତୁକର ପ୍ରଲୋଭନ ଲୋକଙ୍କୁ କ୍ରୁର କରିଦେଉଛି । ଯୌତୁକ ପାଇଁ ଜୀବନ ନେବାକୁ ବି ପଛାଉ ନାହାଁନ୍ତି ଲୋକେ । ଏଭଳି ଘଟଣା ମୁମ୍ବାଇର ଉପନଗରୀ ମୁଲୁଣ୍ଡରୁ ଆସିଛି । ଜଣେ ପୂର୍ବତନ ଦମକଳ କର୍ମଚାରୀ ଯୌତୁକ ପାଇଁ ନିଜ ସ୍ତ୍ରୀକୁ ପୋଡ଼ି ମାରି ଦେଇଥିଲେ।

ପରେ ଗାଇକ୍‌ୱାଡ୍‌ଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତରେ ରଖାଯାଇଥିଲା।ଦାଖଲ କରିଥିବା ସତ୍ୟପାଠରେ ପୀଡ଼ିତାଙ୍କ ମାଆ ଅଦାଲତଙ୍କୁ ସୂଚନା ଦେଇଥିଲେ ଯେ, ବିବାହ ସମୟରେ ଅଭିଯୁକ୍ତ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିଲେ, କିନ୍ତୁ ସେ ଦେଇ ପାରି ନ ଥିଲେ। ତେଣୁ, ଗାଇକ୍‌ୱାର୍ଡ ଓ ତାଙ୍କ ପରିବାର ମନୀଷାଙ୍କ ଉପରେ ନିର୍ଯାତନା ଆରମ୍ଭ କରିଦେଇଥିଲେ । ମନୀଷାଙ୍କୁ ଉପବାସ ରଖାଇବା ସହ ଲୁଗାପଟା ବି ଦେଉ ନ ଥିଲେ । ସ୍ତ୍ରୀ ମନୀଷାଙ୍କୁ ଗାଇକ୍‌ୱାଡ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ୨୦୧୭ ଅକ୍ଟୋବରରେ ଅଭିଯୁକ୍ତ ସ୍ତ୍ରୀଙ୍କ ଉପରେ ଥିନର୍‌ ଢାଳି ନିଆଁ ଲଗାଇ ତାଙ୍କୁ ପୋଡ଼ି ମାରିଦେଇ‌ଥିଲେ ।

ଓକିଲ ଗୀତା ଶର୍ମାଙ୍କ ନେତୃତ୍ବରେ ଏହି ମାମଲାର ବିଚାର ଚାଲିଥିବାବେଳେ ବୁଧବାର ଦିନ ଅତିରିକ୍ତ ସେସନ୍‌ ଜଜ୍‌ ଏ. ବି. ଶର୍ମା ଅଭିଯୁକ୍ତ ଲଖନ୍‌ ଗାଇକ୍‌ୱାର୍ଡଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ। ସ୍ତ୍ରୀକୁ ପୋଡ଼ି ମାରିଥିବା ଦୋଷରେ ଗାଇକ୍‌ୱାର୍ଡଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୭୦୦୦ ଟଙ୍କା ଜରିମାନା ମଧ୍ୟ କରାଯାଇଛି। ତେବେ ଏହି ମାମଲାରେ ମନୀଷାଙ୍କ ଶାଶୂଶଶୁରଙ୍କ ସମେତ ଆଉ ୪ଜଣ ଅଭିଯୁକ୍ତଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି।

 

 

Leave A Reply

Your email address will not be published.