ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ନିକଟସ୍ଥ ଏମଭି-୮୩ ଗ୍ରାମରେ ଆଜି ପୋଲିସ ଫେରାର ଥିବା ଗଂଜେଇ ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ଲଗାଇଛି । ଏଥିସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁରେ ପ୍ରଚାର ମଧ୍ୟ କରିଛି । ତେବେ ତୁରନ୍ତ କୋର୍ଟରେ ହାଜର ନ ହେଲେ ସେମାନଙ୍କର ସମସ୍ତ ସମ୍ପତ୍ତି ବ୍ୟାଜାପ୍ତ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅଭିଯୁକ୍ତମାନେ କୋର୍ଟରେ ହାଜର ନ ହେବା କାରଣରୁ ପୋଲିସ ଏହିଭଳି ପଦକ୍ଷେପ ଗ୍ରହଣ କରିଛି ।
ଏମଭି -୮୩ ଗ୍ରାମର ନିତାଲ ମଣ୍ଡଳ, ଅଶୋକ ମହରି ଏବଂ ମହିନ୍ଦ୍ରା ବାସୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ମାଲକାନଗିରି ଥାନାରେ ମାମଲା ରହିଛି । ତେବେ ଦୀର୍ଘ ଦିନ ଧରି ସେମାନେ ଫେରାର ଥିବାରୁ ପୋଲିସ ଏଭଳି ପ୍ରଚାର ଏବଂ ପୋଷ୍ଟର ମାରିଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି ।
BREAKING NEWS
- ଯୁଦ୍ଧ ଭିତରେ କାର୍ଟୁନ୍ ଓ ପପକର୍ଣ୍ଣ
- କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ
- ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ: ବଦଳିଲେ ଅନେକ ବରିଷ୍ଠ ଆଇଏଏସ୍ ଅଫିସର
- ଗଲୱାନ ସଂଘର୍ଷ ପରେ ପ୍ରଥମ ଗସ୍ତ: ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରସ୍ତୁତି ଜୋରଦାର, ହେଲେ ବେଜିଂର ନୀରବତାକୁ ନେଇ ସସ୍ପେନ୍ସ
- ୨୭ରେ ଭଦ୍ରାକାଳ ଥିବାରୁ ବାନ୍ଧନ୍ତୁ ନାହିଁ ରାଖୀ: ଶ୍ରୀମନ୍ଦିର ନୀତିକାନ୍ତିକୁ ଦେଖି ୨୮ରେ ପାଳନ ପାଇଁ ଗବେଷକଙ୍କ ପରାମର୍ଶ
- ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା: ‘ବିକଶିତ ଓଡ଼ିଶା ୨୦୩୬’ ରୂପରେଖ ନେଇ ହେଲା ବିସ୍ତୃତ ଆଲୋଚନା
- ବିନା ଦରମାରେ ଗୁଣ୍ଡାଭଲି ଷ୍ଟେସନରେ ଡ୍ୟୁଟି କରୁଥିଲା ବୁଲା ବିଲେଇ: ଯାତ୍ରୀଙ୍କ ଅନୁରୋଧ ରଖି ଖାସ୍ ପଦ ଦେଲା ମୁମ୍ବାଇ ମେଟ୍ରୋ
- ପୁଣି ମହାନଦୀରେ ଛୋଟ ବନ୍ୟା ଆଶଙ୍କା, ମୁଣ୍ଡଳୀରେ ବଢ଼ୁଛି ପାଣି
- ୭ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ!
- ଚନ୍ଦନପୁର ଗୋଷ୍ଠୀ ସଂଘର୍ଷରେ ୪ ଆହତ: ଜଳିଗଲା କୁଡ଼ିଆ ଘର, ପୋଲିସ କଲା ଫ୍ଲାଗମାର୍ଚ୍ଚ

Comments are closed.