ମୁମ୍ବାଇ: ଦିନ ଥିଲା ଲିପ୍ଷ୍ଟିକ୍ ଓ ବିନ୍ଦି ବିକ୍ରି କରି ଘର ଚଳାଉଥିଲେ । ଏକ ଛୋଟ ଭଡ଼ା ଘରେ ବି ରହୁଥିଲେ । କିନ୍ତୁ ଏବେ ସେ କୋଟି କୋଟି ସମ୍ପତ୍ତିର ମାଲିକ । ତାଙ୍କ ପାଖରେ ଅଛି ବିଳାସପୂର୍ଣ୍ଣ କାର,ବଙ୍ଗଳା । ସେ ବ୍ୟକ୍ତି ଜଣକ ହେଉଛନ୍ତି ବଲିଉଡର ଅନ୍ୟତମ ଲୋକପ୍ରିୟ ତଥା ଦକ୍ଷ ଅଭିନେତା ଅର୍ଶଦ ୱାରିସ୍ । ତାଙ୍କର ଏହି ସଫଳତା ପଛରେ ବଚ୍ଚନ ପରିବାରର ବଡ଼ ଅବଦାନ ଥିବା ସେ କୁହନ୍ତି । ନିଜର ଚିତାକର୍ଷକ ଅଭିନୟ ପାଇଁ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଅର୍ଶଦ ।
୧୯୬୮ ମସିହାରେ ମହାରାଷ୍ଟ୍ରର ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅର୍ଶଦ । ଛୋଟ ଥିବା ବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ତାଙ୍କ ମା ମଧ୍ୟ ତାଙ୍କୁ ସବୁଦିନ ପାଇଁ ଛାଡି ଚାଲି ଯାଇଥିଲେ । ଖୁବ୍ ଅଳ୍ପ ବୟସରେ ଅନାଥ ହୋଇଯାଇଥିଲେ । ପିତାମାତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଚ୍ଛିନ୍ନ ହୋଇଗଲେ । ପରିସ୍ଥିତି ଏପରି ଥିଲା ଯେ ଘର ମାଲିକ ତାଙ୍କୁ ବାହାର କରିଦେଲେ । ସେ ଓ ତାଙ୍କ ବଡ଼ ଭାଇ ରାସ୍ତାକଡ଼ରେ ଆଶ୍ରୟ ନେଇଥିଲେ । ଅର୍ଥ ଅଭାବରୁ ଦଶମ ପରେ ତାଙ୍କୁ ପାଠରେ ଡ଼ୋରି ଲଗାଇବାକୁ ପଡ଼ିଥିଲା । ପରେ ବହୁ କଷ୍ଟରେ ସେ ଓ ତାଙ୍କ ଭାଇ ଏକ ଛୋଟ ଘର ଭଡ଼ା ନେଇ ରହିଲେ । ପାଖରେ ପଇସା ନ ଥିବାରୁ ଅନେକ ଦିନ ଉପବାସରେ କଟୁଥିଲା । ନିଜ ଜୀବନ ବଞ୍ଚାଇବାକୁ ଯାଇ ଅର୍ଶଦ ଏକ କସମେଟିକ୍ କମ୍ପାନୀରେ ବୁଲା ବିକାଳି ଭାବରେ କାମ କରିବା ଆରମ୍ଭ କଲେ । ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା । ଘର ଘର ବୁଲି ଲିପଷ୍ଟିକ୍, ନେଲପଲିସ୍, ବିନ୍ଦି,ଚୁଡ଼ି ବିକ୍ରି କରୁଥିଲେ । ଏହା ସହିତ ଅର୍ଶଦ ଏକ ଫଟୋ ଲ୍ୟାବରେ ମଧ୍ୟ କାମ କରିବା ଆରମ୍ଭ କରିଥିଲେ । ଡ଼୍ୟାନ୍ସ ପ୍ରତି ରୁଚି ଥିବାରୁ ସେ ଆକବର ସାମିଙ୍କ ଡ୍ୟାନ୍ସ ଗ୍ରୁପରେ ଯୋଗ ଦେଇଥିଲେ । ୧୯୯୩ ମସିହାରେ ‘ରୁପ୍ କି ରାନୀ ଚୋରୋଁ କା ରାଜା\’ର ଟାଇଟଲ୍ ଟ୍ରାକ୍ କୋରିଓଗ୍ରାଫ୍ କରିବାର ସୁଯୋଗ ପାଇଲେ । ଏହା ବ୍ୟତୀତ ୧୯୮୭ ମସିହାରେ ‘ଠିକାନା\’ ଏବଂ ‘କାଶ\’ ଭଳି ଚଳଚ୍ଚିତ୍ରରେ ମହେଶ ଭଟ୍ଟଙ୍କ ସହକାରୀ ଭାବରେ କାର୍ଯ୍ୟ କଲେ । ଏହି ସମୟରେ ତାଙ୍କ ଉପରେ ଜୟା ବଚ୍ଚନଙ୍କ ନଜର ପଡ଼ିଥିଲା । ସେ ତାଙ୍କୁ ୧୯୯୬ ମସିହାରେ ‘ତେରେ ମେରେ ସପ୍ନେ\’ ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ କାମ କରିବାକୁ ସୁଯୋଗ ଦେଲେ । ଏହି ଚଳଚ୍ଚିତ୍ର ଅମିତାଭ ବଚ୍ଚନଙ୍କ ପ୍ରଡକ୍ସନ୍ ହାଉସର ବ୍ୟାନରରେ ନିର୍ମିତ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ସଫଳ ମଧ୍ୟ ହେଲା । ସେବେଠାରୁ ଧୀରେ ଧୀରେ ବଦଳିଗଲା ଅର୍ଶଦଙ୍କ ଜୀବନ ।
BREAKING NEWS
- ଚାରିଦିନିଆ ଓଡ଼ିଶା ଗସ୍ତରେ ବିହାରର କ୍ରୀଡ଼ା ମନ୍ତ୍ରୀ;ଉଚ୍ଚସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ପରିଚାଳନା ବିଷୟରେ ଜାଣିବା ପାଇଁ…
- Terror attack in J&K:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ;ଜଣେ ମୃତ, ଅନ୍ୟ ଜଣେ ଆହତ
- କମନୱେଲଥ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଡେ
- ଇପିଏଫଓ ଆକାଉଣ୍ଟରୁ ଉଡ଼ିଗଲା ୧୯.୩୩ କୋଟି ଟଙ୍କା! ନୋକିଆ କର୍ମଚାରୀଙ୍କ ନାଁରେ CBI ର ଏଫଆଇଆର୍
- Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
- ଫେରୁଛି ‘ସୁପର୍ ସିକ୍ସ’ ରୋମାଞ୍ଚ: ୨୪ ବର୍ଷ ପରେ ଆଫ୍ରିକା ମାଟିରେ ଖେଳାଯିବ କ୍ରିକେଟ୍ ବିଶ୍ୱକପ୍, ଦେଖିବାକୁ ମିଳିବ ନୂଆ ଅନ୍ଦାଜ
- ବନ୍ୟା ପରିସ୍ଥିତି ଓ ଲଗାଣ ବର୍ଷା: ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ବନ୍ଦ ରହିବ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି
- ରାମ ଗୋପାଳ ବର୍ମା ଏବଂ ଉର୍ମିଳା ଗୁପ୍ତ ଭାବରେ ମନ୍ଦିରରେ କରିଥିଲେ ବିବାହ! କାହିଁକି ପଡିଲା ସମ୍ପର୍କରେ ପୂର୍ଣ୍ଣଚ୍ଛେଦ?
- ଚାଉଳ ଗାଡ଼ିରେ ଚାଲିଥିବା ଗଞ୍ଜେଇ ଚାଲାଣକୁ ଧରିଲା ଏସଟିଏଫ୍, ଜଣେ ଅଭିଯୁକ୍ତ ଗିରଫ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା:ପ୍ରଧାନଶିକ୍ଷକ ନିଲମ୍ବିତ
Comments are closed.