ମୁମ୍ବାଇ: ଦିନ ଥିଲା ଲିପ୍ଷ୍ଟିକ୍ ଓ ବିନ୍ଦି ବିକ୍ରି କରି ଘର ଚଳାଉଥିଲେ । ଏକ ଛୋଟ ଭଡ଼ା ଘରେ ବି ରହୁଥିଲେ । କିନ୍ତୁ ଏବେ ସେ କୋଟି କୋଟି ସମ୍ପତ୍ତିର ମାଲିକ । ତାଙ୍କ ପାଖରେ ଅଛି ବିଳାସପୂର୍ଣ୍ଣ କାର,ବଙ୍ଗଳା । ସେ ବ୍ୟକ୍ତି ଜଣକ ହେଉଛନ୍ତି ବଲିଉଡର ଅନ୍ୟତମ ଲୋକପ୍ରିୟ ତଥା ଦକ୍ଷ ଅଭିନେତା ଅର୍ଶଦ ୱାରିସ୍ । ତାଙ୍କର ଏହି ସଫଳତା ପଛରେ ବଚ୍ଚନ ପରିବାରର ବଡ଼ ଅବଦାନ ଥିବା ସେ କୁହନ୍ତି । ନିଜର ଚିତାକର୍ଷକ ଅଭିନୟ ପାଇଁ ଲୋକଙ୍କ ପାଖରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ଅର୍ଶଦ ।
୧୯୬୮ ମସିହାରେ ମହାରାଷ୍ଟ୍ରର ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅର୍ଶଦ । ଛୋଟ ଥିବା ବେଳେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କୁ ଯେତେବେଳେ ୧୪ ବର୍ଷ ହୋଇଥିଲା ତାଙ୍କ ମା ମଧ୍ୟ ତାଙ୍କୁ ସବୁଦିନ ପାଇଁ ଛାଡି ଚାଲି ଯାଇଥିଲେ । ଖୁବ୍ ଅଳ୍ପ ବୟସରେ ଅନାଥ ହୋଇଯାଇଥିଲେ । ପିତାମାତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଚ୍ଛିନ୍ନ ହୋଇଗଲେ । ପରିସ୍ଥିତି ଏପରି ଥିଲା ଯେ ଘର ମାଲିକ ତାଙ୍କୁ ବାହାର କରିଦେଲେ । ସେ ଓ ତାଙ୍କ ବଡ଼ ଭାଇ ରାସ୍ତାକଡ଼ରେ ଆଶ୍ରୟ ନେଇଥିଲେ । ଅର୍ଥ ଅଭାବରୁ ଦଶମ ପରେ ତାଙ୍କୁ ପାଠରେ ଡ଼ୋରି ଲଗାଇବାକୁ ପଡ଼ିଥିଲା । ପରେ ବହୁ କଷ୍ଟରେ ସେ ଓ ତାଙ୍କ ଭାଇ ଏକ ଛୋଟ ଘର ଭଡ଼ା ନେଇ ରହିଲେ । ପାଖରେ ପଇସା ନ ଥିବାରୁ ଅନେକ ଦିନ ଉପବାସରେ କଟୁଥିଲା । ନିଜ ଜୀବନ ବଞ୍ଚାଇବାକୁ ଯାଇ ଅର୍ଶଦ ଏକ କସମେଟିକ୍ କମ୍ପାନୀରେ ବୁଲା ବିକାଳି ଭାବରେ କାମ କରିବା ଆରମ୍ଭ କଲେ । ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା । ଘର ଘର ବୁଲି ଲିପଷ୍ଟିକ୍, ନେଲପଲିସ୍, ବିନ୍ଦି,ଚୁଡ଼ି ବିକ୍ରି କରୁଥିଲେ । ଏହା ସହିତ ଅର୍ଶଦ ଏକ ଫଟୋ ଲ୍ୟାବରେ ମଧ୍ୟ କାମ କରିବା ଆରମ୍ଭ କରିଥିଲେ । ଡ଼୍ୟାନ୍ସ ପ୍ରତି ରୁଚି ଥିବାରୁ ସେ ଆକବର ସାମିଙ୍କ ଡ୍ୟାନ୍ସ ଗ୍ରୁପରେ ଯୋଗ ଦେଇଥିଲେ । ୧୯୯୩ ମସିହାରେ ‘ରୁପ୍ କି ରାନୀ ଚୋରୋଁ କା ରାଜା\’ର ଟାଇଟଲ୍ ଟ୍ରାକ୍ କୋରିଓଗ୍ରାଫ୍ କରିବାର ସୁଯୋଗ ପାଇଲେ । ଏହା ବ୍ୟତୀତ ୧୯୮୭ ମସିହାରେ ‘ଠିକାନା\’ ଏବଂ ‘କାଶ\’ ଭଳି ଚଳଚ୍ଚିତ୍ରରେ ମହେଶ ଭଟ୍ଟଙ୍କ ସହକାରୀ ଭାବରେ କାର୍ଯ୍ୟ କଲେ । ଏହି ସମୟରେ ତାଙ୍କ ଉପରେ ଜୟା ବଚ୍ଚନଙ୍କ ନଜର ପଡ଼ିଥିଲା । ସେ ତାଙ୍କୁ ୧୯୯୬ ମସିହାରେ ‘ତେରେ ମେରେ ସପ୍ନେ\’ ଚଳଚ୍ଚିତ୍ରରେ ମୁଖ୍ୟ ଭୁମିକାରେ କାମ କରିବାକୁ ସୁଯୋଗ ଦେଲେ । ଏହି ଚଳଚ୍ଚିତ୍ର ଅମିତାଭ ବଚ୍ଚନଙ୍କ ପ୍ରଡକ୍ସନ୍ ହାଉସର ବ୍ୟାନରରେ ନିର୍ମିତ ହୋଇଥିଲା । ଏହି ଫିଲ୍ମ ବକ୍ସ ଅଫିସରେ ସଫଳ ମଧ୍ୟ ହେଲା । ସେବେଠାରୁ ଧୀରେ ଧୀରେ ବଦଳିଗଲା ଅର୍ଶଦଙ୍କ ଜୀବନ ।
BREAKING NEWS
- Odisha Vigilance: ୨ ଲକ୍ଷ ୬୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏସସିବି ଡାକ୍ତର
- Khandagiri:BMCର ସୋ କଜ୍ ନୋଟିସ୍;ନିର୍ଦ୍ଧାରିତ ଫି ଠାରୁ ୨ ଗୁଣା ଅଧିକ ଟଙ୍କା ଆଦାୟ ଅଭିଯୋଗ
- Blackbuck Deer Counting: ଆରମ୍ଭ ହେଲା ବିରଳ କୃଷ୍ଣସାର ମୃଗ ଗଣନା, ୨୮ ଟିମ୍ ନିୟୋଜିତ
- ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ୩ ଦିନ ପାଇଁ ଶିମିଳିପାଳ ବନ୍ଦ
- ସ୍ୱାମୀଙ୍କ ଆକ୍ରମଣରେ ଦିଲ୍ଲୀ ପୋଲିସ ମହିଳା କମାଣ୍ଡୋଙ୍କ ମୃତ୍ୟୁ, ୩ ବର୍ଷ ପୂର୍ବେ କରିଥିଲେ ପ୍ରମେ ବିବାହ…
- Bomb Threats: ଦିଲ୍ଲୀର ୪ଟି ସ୍କୁଲ ଓ ପଞ୍ଜାବ-ହରିୟାଣାର ସଚିବାଳୟକୁ ମିଳିଲା ମୋବା ଧମକ
- Iran Rresponds Trump Threat: ଟ୍ରମ୍ପଙ୍କ ଧମକର ଇରାନର ଜବାବ: ‘ପରମାଣୁ ଚୁକ୍ତି ପାଇଁ ପ୍ରସ୍ତୁତ, କିନ୍ତୁ ସର୍ତ୍ତ ସହିତ’
- ଲଭ୍ ଇନସ୍ୟୁରାନ୍ସ କ’ଣ? ଏହି ପଲିସି କରି ମାଲାମାଲ୍ ହେଲେ ମହିଳା
- ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ଏକ୍ସପାଏରୀ ଡେଟ୍ ଥାଏ; କାହିଁକି ଏଭଳି କହିଲେ ମୋନା ସିଂହ
- କେଉଁ କାରରେ ସବୁଠାରୁ ଅଧିକ ସୁନା ବ୍ୟବହାର ହୁଏ? ନାଁ ଜାଣି ହେବେ ଆଶ୍ଚର୍ଯ୍ୟ
Comments are closed.