କୋରାପୁଟ: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତ ମାଦି ଗ୍ରାମର ସମାରି ସୀସା ନାମକ ଜଣେ ବୃଦ୍ଧାଙ୍କ ଶୋଇବା ଘରୁ ୭ ଫୁଟ୍ର ଅଜଗର ସାପ ଉଦ୍ଧାର କରାଯାଇଛି । ରବିବାର ରାତିରେ ସମାରି ଏକୁଟିଆ ନିଜ ଶୋଇବା ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ତାଙ୍କ ମୁଣ୍ଡ ପାଖରେ କିଛି ଶବ୍ଦ ହେଉଥିବା ଶୁଣିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଉଠିପଡ଼ି ଲାଇଟ୍ ଲଗାଇଥିଲେ । ସେ ଶୋଇଥିବା ଶେଯ ପାଖରେ ଏକ ଅଜଗର ସାପ ଦେଖି ଡ଼ରି ଯାଇଥିଲେ । ପରେ ଘରେ ସାପ ପଶିଥିବା ନେଇ ତାଙ୍କ ପୁତୁରା ଚନ୍ଦ୍ରଙ୍କୁ ଜଣାଇଥିଲେ । ଚନ୍ଦ୍ର ତୁରନ୍ତ ଆସି ଶୋଇବା ଘରୁ ଅଜଗର ସାପକୁ ଉଦ୍ଧାର କରିଥିଲେ । ଆଜି ସକାଳେ ଉଦ୍ଧାର କରିଥିବା ସାପକୁ ବୈପାରିଗୁଡା ବନ କର୍ମଚାରୀକୁ ହସ୍ତାନ୍ତର କରିଥିଲେ । ବୈପାରିଗୁଡା ବନାଞ୍ଚଳ ଅଧିକାରୀ ସନ୍ଦୀପ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଅଜଗର ସାପଟିକୁ କୋଟା ଛକ ନିକଟସ୍ଥ ମଧୁବନରେ ଛଡ଼ାଯାଇଛି ।
BREAKING NEWS
- ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ
- ୧୬ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ, ୩ ନିଶା ମାଫିଆ ଗିରଫ
- ଅସମ୍ଭାଳ ହେଲାଣି ଗରମ ଓ ଗୁଳୁଗୁଳି: କାଳବୈଶାଖୀ ନେଇ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
Comments are closed.