ନୂଆଦିଲ୍ଲୀ: ଆଜି ଫେବୃୟାରୀ ୧ । ସଂସଦରେ ଆଗତ ହେବ ସାଧାରଣ ବଜେଟ । ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ବି ପଡିଛି । ଆଜି ସକାଳୁ ସକାଳୁ ସବୁଜ ସଙ୍କେତ ଦେଇ ଖୋଲିଛି ସେୟାର ମାର୍କେଟ । ବୃଦ୍ଧିକୁ ନେଇ ବୁଧବାର ସକାଳୁ ଖୋଲିଛି ଭାରତୀୟ ବେଞ୍ଚ ମାର୍କ, ସେନ୍ସେକ୍ସ ଓ ନିଫ୍ଟି ।
ସକାଳୁ ସକାଳୁ ୩୦ ସେୟାର ଉପରେ ଆଧାରିତ ବେଞ୍ଚ ମାର୍କ ଇଣ୍ଡେକ୍ସ ବିଏସଇ ସେନ୍ସେସ୍କ ୪୫୧ ଅଙ୍କ ବୃଦ୍ଧି ସହ ୬୦, ୦୦୧.୧୭ ଲେବୁଲରେ ଖୋଲିଛି । ନାଶନାଲ ଷ୍ଟକ ଏକ୍ସଚେଞ୍ଜ ଏନଏସଇର ନିଫ୍ଟି ୮୨ ଅଙ୍କ ବୃଦ୍ଧି ସହ ୧୭, ୭୩୧.୪୫ରେ ଖୋଲିଛି । ସମସ୍ତ ସେକ୍ଟର ଇଣ୍ଡେକ୍ସ ଆଜି କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି ।
Comments are closed.