Latest Odisha News

BREAKING NEWS

ବେଲ୍ ଟଙ୍କା ଦେଇ ନ ପାରି ସଜା କାଟୁଥିବା ଗରିବ କଏଦୀଙ୍କୁ ଆର୍ଥିକ ସହଯୋଗ ଦେବେ ସରକାର: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଜେଲ୍‌ରେ ସଜା କାଟୁଥିବା ଗରିବ କଏଦୀମାନଙ୍କୁ ସରକାରୀ ସହାୟତା କଥା କହିଛନ୍ତି। ବେଲ୍ ନ ପାଇ ହଇରାଣ ହେଉଥିବା କଏଦୀମାନଙ୍କୁ ସରକାର ସହାୟତା ଯୋଗାଇ ଦେବେ।

ଏନେଇ ମନ୍ତ୍ରୀ କହିଛନ୍ତି “ ଯେଉଁ ଗରିବ ଲୋକମାନେ ପେନାଲ୍ଟି ଓ ବେଲ୍ ପାଇଁ ଟଙ୍କା ନ ଦେଇପାରି ସଜା କାଟୁଛନ୍ତି, ସେମାନଙ୍କୁ ସରକାର ସହଯୋଗ କରିବେ। ବେଲ୍ ପାଇବା ଯାହା ଆର୍ଥିକ ସହଯୋଗ ଦରକାର ଯୋଗାଇ ଦିଆଯିବ।”

ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ମିଳିତ ବୈଠକ କରି ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଜିଲ୍ଲାଗୁଡ଼ିକର ବିଚାରାଧୀନ ଅବସ୍ଥାରେ ଜେଲ୍‌ରେ ସଜା କାଟୁଥିବା କଏଦୀଙ୍କ ମାମଲାର ତ୍ୱରିତ ବିଚାର ଉପରେ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ କହିଥିଲେ। ଆଇନ ଅନୁସାରେ, ବିଚାର ସହ ମାନବୀୟ ସମ୍ବେଦନଶୀଳତା ଦୃଷ୍ଟିରୁ କଏଦୀମାନଙ୍କୁ ଜେଲ୍‌ରୁ ମୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।

ଏନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲା ଜଜ୍‌ଙ୍କ କମିଟି ମୁଖ୍ୟ ଅଛନ୍ତି। ତେଣୁ ଏହିଭଳି ମାମଲାଗୁଡ଼ିକର ସମୟ ଅନୁସାରେ ପୁନରବିଚାର ହୋଇପାରିବ। ଏଭଳି କଏଦୀମାନେ ବେଲ୍‌ରେ ରିଲିଜ୍ ବି ହୋଇପାରନ୍ତି ବୋଲି ପ୍ରଧାନନ୍ତ୍ରୀ କହିଥିଲେ।

Comments are closed.