Latest Odisha News

BREAKING NEWS

କିଏ ହେବ ଭାରତୀୟ ହକି ଟିମର କୋଚ ?

ନୂଆଦିଲ୍ଲୀ: ବିଶ୍ୱକପ ହକିର ସମାପ୍ତ ପରେ ଭାରତ ପୁରୁଷ ସିନିୟର ଟିମର କୋଚ ପଦରୁ ଗ୍ରାହାମ ରିଡ ଇସ୍ତଫା ଦେଇଥିଲେ । ଓଡିଶାରେ ଅନୁଷ୍ଠିତ ବିଶ୍ୱକପରେ ଭାରତ ଟାଇଟଲ ହାସଲ କରିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ ମଧ୍ୟ ଭାରତ ୯ମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଭାରତୀୟ ଦଳର ପ୍ରଦର୍ଶନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ନିରାଶ ରିଡ ମଧ୍ୟ ଏହାଠାରୁ ଦୂରେଇ ନେବା ବୁଦ୍ଧିମାନର କାମ ବୋଲି ବିଚାର କରିଥିଲେ । ସେ ଇସ୍ତଫା ଦେବା ପରେ କିଏ ଏହି କୋଚ ଦାୟିତ୍ୱ ତୁଲାଇବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ ହକି ଇଣ୍ଡିଆ ଏ ନେଇ ୨/୩ଜଣ ବିଦେଶୀ କୋଚଙ୍କ ଯୋଗାଯୋଗରେ ଅଛନ୍ତି । ଆର୍ଜେଂଟିନାର ମ୍ୟାକ୍ସ କାଲଡାସ ଏବଂ ନେଦରଲାଣ୍ଡର ସିଗଫ୍ରେଡ ଏକମାନ ଏହି ଦୌଡରେ ଆଗରେ ରହିଛନ୍ତି । ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

୨୦୧୯ରେ ରିଡ ଭାରତର କୋଚ ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ପ୍ରଶିକ୍ଷଣରେ ଅବଶ୍ୟ ଭାରତ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବାକୁ ସକ୍ଷମ ହୋଇଥିଲା । ଆଗକୁ ଏସିଆନ ଗେମ୍ସ ଓ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଦେଖାଯାଉ ଏହି ରଣନୀତି କେତେ କାର୍ଯ୍ୟରେ ଲାଗୁଛି ।

Leave A Reply

Your email address will not be published.