Latest Odisha News

୯୧ ବର୍ଷ ବୟସରେ ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ

ଭଦ୍ରକ: ଚାନ୍ଦବାଲିର ପୂର୍ବତନ ବିଧାୟକ ଗଙ୍ଗାଧର ଦାସଙ୍କ ପରଲୋକ ଘଟିଛି । ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ୯୧ ବର୍ଷ ବୟସରେ ଆଖି ବୁଜିଛନ୍ତି ଗଙ୍ଗାଧର । ଆଜି ସକାଳୁ ଗଙ୍ଗାଧର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ ।

ତାଙ୍କୁ ପ୍ରଥମେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ୧୯୭୧ ଓ ୧୯୭୭ ମସିହାରେ ଚାନ୍ଦବାଲି ନିର୍ବାଚନୀ ମଣ୍ଡଳୀରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଗଙ୍ଗାଧର । ନିଆରା ଜୀବନ ଶୈଳୀ ପାଇଁ ସେ ବେଶ ଚର୍ଚ୍ଚାରେ ରହୁଥିଲେ ।

ବୟସ ବଢ଼ିଥିଲେ ବି କୋଭିଡ୍ ସମୟରେ ସେ ସାଇକେଲରେ ଯିବା ଆସିବା କରୁଥିଲେ । ତିହିଡ଼ି ବ୍ଲକରେ ଶିକ୍ଷା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଛି । ଆଜି ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଧର ଦାସଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସମୟରେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କ ସହ ତାଙ୍କ ଝିଅ, ପୁଅ ଓ ବୋହୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.