ପୁରୀ : ଆଜି ହେଉଛି ପବିତ୍ର ମାଘ ମାସ ପୂର୍ଣ୍ଣିମା ।ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ପରେ ରତ୍ନ ସିଂହାସନ ଉପରେ ଏହି ବେଶ ଅନୁଷ୍ଠିତ ହେବ। ଏହି ଅବସରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ। ରତ୍ନସିଂହାସନରେ ଗଜଉଦ୍ଧାରଣ ହେବେ ବେଶରେ ବିଭୂଷିତ ମହାପ୍ରଭୁ।
ଗଜଉଦ୍ଧାରଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ବଡ ଠାକୁର। ମହାପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର ଚତୁଃ ହସ୍ତ ରୂପରେ ଦର୍ଶନ ଦେବେ। ଏହାସହ ସ୍ୱତନ୍ତ୍ର ଖିରୀ ସହ ବିଭିନ୍ନ ପ୍ରକାର ଭୋଗ ମହାପ୍ରଭୁଙ୍କ ନିକଟରେ ଲାଗି କରାଯିବ। ଶେଷରେ ବେଶ ଲାଗି ହୋଇ ଅନ୍ୟାନ୍ୟ ନୀତି କରାଯିବ। ୧୯୭୯ ମସିହାଠାରୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟେକ ବର୍ଷ ପ୍ରଭୁଙ୍କୁ ଗଜ ଉଦ୍ଧାରଣ ବେଶ କରିଆସୁଛି। ଗଜ ଉଦ୍ଧାରଣ ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଗଜେନ୍ଦ୍ର ସ୍ତୁତି ପାଠକଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି।
Comments are closed.