Latest Odisha News

ସ୍କ୍ରାପିଂ ପଲିସିକୁ ପ୍ରୋତ୍ସାହନ; ୧୫ ବର୍ଷର ପୁରୁଣା ଗାଡ଼ି ଉପରେ ଟିକସ ଓ ଫାଇନ ଛାଡ଼ କଲେ ସରକାର

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ଯୋଜନା ଅନୁଯାୟୀ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ସ୍କ୍ରାପିଂ ପଲିସିରେ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର। ଏଥିପାଇଁ ସରକାରୀ ପୁରୁଣାଗାଡ଼ିଗୁଡ଼ିକୁ ମାର୍ଚ୍ଚ ୩୧ ସୁଧା ହଟାଇ ନିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ବେସରକାରୀ ୧୫ ବର୍ଷରୁ ପୁରୁଣାଗାଡ଼ିକୁ ହଟାଇବାକୁ କୌଣସି ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି ହୋଇ ନାହିଁ। ତେବେ ଏହାକୁ ପ୍ରୋତ୍ସାହନ ଦେବାକୁ ନୂଆ ସୁବିଧା ଘୋଷଣା କରିଛନ୍ତି ରାଜ୍ୟ ସରକାର। ୧୫ବର୍ଷ କିମ୍ବା ତାଠୁ ପୁରୁଣା ଗାଡ଼ି ଉପରେ ସମସ୍ତ ଟିକସ ଓ ଜରିମାନା ଛାଡ଼ କରାଯାଇଛି।

ଓଡ଼ିଶା ମୋଟର ଯାନ ଟିକସ ଆଇନ, ୧୯୭୫ର ଧାରା ୧୫(୧) ବଳରେ ୧୫ବର୍ଷରୁ ପୁରୁଣା ସମସ୍ତ ଗାଡ଼ି‌ ଉପରେ ଟିକସ ଏବଂ ବିଭିନ୍ନ ଜରିମାନାକୁ ବର୍ଷକ ପାଇଁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛି ବାଣିଜ୍ୟ ଓ ପରିବହନ ବିଭାଗ।

ରାଜ୍ୟରେ ଯେପରି ଅଧିକରୁ ଅଧିକ ଇ-ଯାନ ଗଡ଼ିବ ଘରୋଇ ଗାଡ଼ିମାଲିକମାନଙ୍କୁ ସ୍କ୍ରାପିଂ ନେଇ ଉତ୍ସାହିତ କରିବାକୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଟିକସ ଓ ଫାଇନ୍ କେବଳ ବର୍ଷକ ପାଇଁ ଛାଡ଼ କରାଯିବ। ଏଥିପାଇଁ ଗାଡ଼ିମାଲିକଙ୍କୁ ପଞ୍ଜୀକୃତ ଗାଡ଼ି ସ୍କ୍ରାପିଂ ସେଣ୍ଟରକୁ ନିଜ ଗାଡ଼ି ସ୍କ୍ରାପିଂ କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ପୂର୍ବରୁ ସେପ୍ଟେମ୍ବର ୧୩, ୨୦୨୨ରେ ‌କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହା ଗତ ଫେବ୍ରୁଆରି ୩  ତାରିଖରୁ ରାଜ୍ୟରେ ଲାଗୁ ହୋଇଛି। ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ସରକାରୀ ପୁରୁଣା ଗାଡ଼ିଗୁଡ଼ିକୁ ମାର୍ଚ୍ଚ ୩୧ ସୁଧା ସ୍କ୍ରାପିଂ କରି ରିପୋର୍ଟ ଦେବାକୁ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ,

ସେହିପରି ରାଜ୍ୟରେ ଇ-ଯାନ ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ସମସ୍ତ ସରକାରୀ ବିଭାଗରେ ଅଗ୍ରାଧିକାର ଦେବା ପାଇଁ କୁହାଯାଇଛି। ଏଥିପାଇଁ ସମସ୍ତ ସରକାରୀ ବିଭାଗକୁ ୨୦ ପ୍ରତିଶତ ଇ-ଯାନ ବ୍ୟବହାର କରିବାକୁ କୁହାଯାଇଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଖୁବ୍‌ ଶୀଘ୍ର ହେବ। ଏହି ଗାଡ଼ିର ଭଡ଼ା ଶକ୍ତି ବିଭାଗ ଅଧିନରେ ଥିବା ଓରେଡ଼ା ମାଧ୍ୟମରେ ଦିଆଯିବ। ପ୍ରତି ଗାଡ଼ିର ଭଡ଼ା ଉପରେ ଓରେଡା ଅତିରିକ୍ତ ୫% ମୁଣ୍ଡପିଛା ଚାର୍ଜ ନେବ ବୋଲି ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.