Latest Odisha News

ପେଟ୍ରୋଲ ପମ୍ପରୁ ଡକାୟତି ଉଦ୍ୟମ ବେଳେ ୫ ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଯାଜପୁର: ଡକାୟତି ଯୋଜନା ପଣ୍ଡ, ୫ ଗିରଫ । ଯାଜପୁର ଜିଲ୍ଲା ବୈରୀ ଥାନା ପୋଲିସ ଏକ ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି । ଛତିଆ ସ୍ଥିତ ଏକ ପେଟ୍ରୋଲ୍ ପମ୍ପରୁ ଡକାୟତି ନେଇ ଯୋଜନା କରୁଥିବା ବେଳେ ବୈରୀ ଥାନା ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ଅଭିଯୁକ୍ତଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ, ଗୁଳି, ବିଭିନ୍ନ ମାରଣାସ୍ତ୍ର ସହ ମୋବାଇଲ୍ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ମାନେ ଯାଜପୁର, କଟକ, କେନ୍ଦ୍ରାପଡ଼ା ସହ ବିଭିନ୍ନ ଜିଲ୍ଲାର ବୋଲି ଜଣା ପଡିଛି । ବିଭିନ୍ନ ଥାନାରେ ଗିରଫ ଅଭିଯୁକ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବା ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ।

Leave A Reply

Your email address will not be published.