Latest Odisha News

BREAKING NEWS

ସର୍ବଭାରତୀୟ ସଫ୍ଟବଲ ପ୍ରତିଯୋଗିତା: କ୍ୱାର୍ଟରରେ ଓଡିଶା ମହିଳା ଦଳ

ପୁରୀ : ଓଡିଶା ମହିଳା ଦଳ ଚଳିତ ସର୍ବ ଭାରତୀୟ ସଫ୍ଟବଲ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆଜି ଅନୁଷ୍ଠିତ ପ୍ରି କ୍ୱାର୍ଟର ମ୍ୟାଚରେ ଓଡିଶା ୯-୦ ସ୍କୋରରେ ହିମାଚଳପ୍ରଦେଶକୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଛି । ଅନ୍ୟ ପ୍ରିକ୍ୱାର୍ଟର ମ୍ୟାଚଗୁଡିକରେ କେରଳ ୮-୧ରେ ହରିୟାଣାକୁ, ଛତିଶଗଡ଼ ୧୦-୦ରେ ପଣ୍ଡିଚେରୀକୁ, ଦିଲ୍ଲୀ ୧୫-୦ରେ ଇଣ୍ଡିଆନଅଏଲକୁ ହରାଇଛି । ଏହା ପୂର୍ବରୁ ଅନୁଷ୍ଠିତ ଲିଗ ମ୍ୟାଚଗୁଡିକରେ କେରଳ ୧୫-୦ରେ ମଣିପୁରକୁ, ମହାରାଷ୍ଟ୍ର ୧୦-୦ରେ ପଶ୍ଚିମବଙ୍ଗକୁ, ଆନ୍ଧ୍ରପ୍ରଦେଶ ୧୧-୧ରେ ଚଣ୍ଡୀଗଡ଼କୁ, ପଞ୍ଜାବ ୧୦-୦ରେ ତାମିଲନାଡୁକୁ, ତେଲେଙ୍ଗାନା ୧୨-୦ରେ ଉତ୍ତରପ୍ରଦେଶକୁ, କର୍ଣ୍ଣାଟକ ୧୩-୩ରେ ତାମିଲନାଡୁକୁ, ରାଜସ୍ଥାନ ୧୦-୦ରେ ପଶ୍ଚିମବଙ୍ଗକୁ ହରାଇଛି ।

ସେହିପରି ପୁରୁଷ ବିଭାଗରେ ଅନୁଷ୍ଠିତ ଲିଗ ମ୍ୟାଚଗୁଡିକରେ ଦିଲ୍ଲୀ ୮-୦ରେ ବିହାରକୁ, ପଣ୍ଡିଚେରୀ ୧୨-୨ରେ ମେଘାଳୟକୁ, ଚଣ୍ଡୀଗଡ଼ ୮-୦ରେ ଇଣ୍ଡିଆନ ଅଏଲକୁ, ମହାରାଷ୍ଟ୍ର ୯-୦ରେ ଜମ୍ମୁକଶ୍ମୀରକୁ, ଜମ୍ମୁକଶ୍ମୀର ୯-୦ରେ ଉତ୍ତରପ୍ରଦେଶକୁ, ଗୁଜରାଟ ୧-୦ରେ କାର୍ଣ୍ଣାଟକକୁ, ଛତିଶଗଡ଼ ୧୧-୦ରେ ମଣିପୁରକୁ, ଆନ୍ଧ୍ରପ୍ରଦେଶ ୧୦-୦ରେ ପଶ୍ଚିମବଙ୍ଗକୁ, ହିମାଚଳପ୍ରଦେଶ ୧୪-୩ରେ ତାମିଲନାଡୁକୁ, ଦିଲ୍ଲୀ ୭-୨ରେ ମେଘାଳୟକୁ, ଛତିଶଗଡ ୭-୦ରେ ହିମାଚଳପ୍ରଦେଶକୁ, ପଣ୍ଡିଚେରୀ ୭-୬ରେ ବିହାରକୁ, କେରଳା ୧୧-୦ରେ ମଣିପୁରକୁ, ଇଣ୍ଡିଆନଅଏଲ ୧୧-୦ରେ ତାମିଲନାଡୁକୁ, ତେଲେଙ୍ଗାନା ୧୨-୦ରେ ପଶ୍ଚିମବଙ୍ଗ କୁ ହରାଇଛି ।

ଏହି ଚାମ୍ପିଅନସିପର ଆସନ୍ତାକାଲି ଉଭୟ ବିଭାଗର ପ୍ରି କ୍ୱାର୍ଟର ଓ କ୍ୱାର୍ଟର ଫାଇନାଲ ମ୍ୟାଚ ସମେତ ସୁପରଲିଗ ମ୍ୟାଚ ଅନୁଷ୍ଠିତ ହେବ । ଆଗାମୀ ୯ ତାରିଖରେ ଏହି ସର୍ବ ଭାରତୀୟ ଚାମ୍ପିଅନସିପ ଫାଇନାଲ ମ୍ୟାଚ  ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ତାଳବଣିଆ ସ୍ପୋର୍ଟସ କମ୍ପ୍ଲେକ୍ସଠାରେ ଆୟୋଜିତ ଏହି ସର୍ବଭାରତୀୟ ପ୍ରତିଯୋଗିତା ସୁଚାରୁରୁପେ ପରିଚାଳନା ନେଇ ଭାରତର ବିଭିନ୍ନ ପ୍ରାନ୍ତ ରୁ ୧୦୦ ରୁ ଅଧିକ ବୈଷୟିକ ଅଧିକାରୀ ଯୋଗଦେଇଛନ୍ତି ।

Leave A Reply

Your email address will not be published.