Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଟି୨୦ କ୍ରିକେଟ ଟିମର ଅଧିନାୟକ ଆରୋନ ଫିଂଚ ମଙ୍ଗଳବାର ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଫିଂଚ ଅଷ୍ଟ୍ରେଲିଆ ୨୦୧୧ ଟି୨୦ ବିଶ୍ୱ ବିଜେତା ଦଳର ସଦସ୍ୟ ଥିଲେ । ଏହି ଫର୍ମାଟରେ ସେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ୨୦୨୨ ଟି୨୦ ବିଶ୍ୱକପରେ ଆୟୋଜକ ଅଷ୍ଟ୍ରେଲିଆ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ଏଥିନେଇ ଫିଂଚଙ୍କୁ ଦାୟୀ କରାଯାଇଥିଲା । ପୂର୍ବରୁ ସେ ଦିନିକିଆ କ୍ରିକେଟରୁ ଅବସର ନେଇ ଯାଇଥିଲେ । ତେବେ ବିବିଏଲରେ ଖେଳିବା ଜାରୀ ରଖିବେ ବୋଲି କହିଛନ୍ତି । ୨୦୨୪ ଟି୨୦ ବିଶ୍ୱକପ ଖେଳିବା ମୋ ପକ୍ଷେ ସମ୍ଭବପର ନ ଥିବାରୁ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛି ବୋଲି ସେ କହିଛନ୍ତି ।

ଫିଂଚ ଟି୨୦ରେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୭୬ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ସେ ୩୧୨୦ ରନ ସଂଗ୍ରହ କରି ଏବେ ବି ଆଗରେ ରହିଛନ୍ତି । ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ସେ ଦିନିକିଆରେ ପଦାର୍ପଣ କରିଥିଲେ । ୧୪୬ ଦିନିକିଆରେ ସେ ୫୪୦୬ ରନ କରିଛନ୍ତି । ଆନ୍ତର୍ଜାତୀୟ କ୍ୟାରିୟରରେ ସେ ୧୯ ଶତକ ହାସଲ କରିଛନ୍ତି ।

Leave A Reply

Your email address will not be published.