Latest Odisha News

BREAKING NEWS

ପ୍ରେମ ପାଇଁ ସପ୍ତାହେ ; କେଉଁ ଦିନରେ କଣ ରହିଛି ବିଶେଷତ୍ୱ ?

ପ୍ରେମ ଶାଶ୍ବତ ଏବଂ ଚିରନ୍ତନ । ପ୍ରେମ ପାଇଁ ଉତ୍ସର୍ଗୀକୃତ ଚଳିତ ମାସ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମାସର ବିଶେଷ ମହତ୍ତ୍ୱ ରହିଛି । ଭାଲେଣ୍ଟାଇନ ସପ୍ତାହ ଆଜିଠୁ ଆରମ୍ଭ ହୋଇ ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ । ତେବେ ପ୍ରେମ ସପ୍ତାହର ପ୍ରଥମ ଦିନ । ଆଜି ହେଉଛି ‘ରୋଜ୍ ଡେ’ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ଗୋଲାପ ଦିଆନିଆ ଭାଲେଣ୍ଟାଇନ ସପ୍ତାହର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ଅର୍ଥ ଥାଏ। ଯେଉଁ ଦମ୍ପତିମାନେ ପ୍ରେମ ବ୍ୟକ୍ତ କରନ୍ତି ସେମାନେ ଉତ୍ସାହର ସହିତ ଭାଲେଣ୍ଟାଇନ ସପ୍ତାହକୁ ଅପେକ୍ଷା କରିଥାନ୍ତି ।

ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ପ୍ରଥମ ଦିନ । ଆଜି ରୋଜ ଦିବସ ରୂପେ ପାଳନ କରାଯାଉଛି । ଏହି ଦିନ ଗୋଲାପ ଫୁଲ ପ୍ରେମୀଯୁଗଳ ପରସ୍ପରକୁ ପ୍ରଦାନ କରିଥାନ୍ତି। ଏହି ଦିନ ଉଭୟ ପ୍ରେମ ଚଢ଼େଇ ଲାଲ ଗୋଲାପ ଦେଇ ପ୍ରେମର ପରିପ୍ରକାଶ କରିଥାଆନ୍ତି।
ସେହିପରି ଫେବୃଆରୀ ୮ ହେଉଛି ପ୍ରପ୍ରୋଜ ଡେ । ଭାଲେଣ୍ଟାଇନ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ ଡେ ଭାବେ ପାଳନ କରାଯାଏ । ଏହି ଦିନ ପ୍ରେମୀ ଯୁଗଳ ସେମାନଙ୍କ ହୃଦୟର କଥା ଭଲ ପାଉଥିବା ମଣିଷକୁ କହିଥାନ୍ତି । କାହାକୁ ଭଲପାଉଥିଲେ ହୃଦୟ କଥା ଖୋଲି କହିବା ପାଇଁ ପ୍ରପୋଜ ଡେ ହେଉଛି ସର୍ବୋତ୍ତମ ଦିନ ।ଏହି ଦିନରେ ଯୁବପିଢ଼ୀ ନିଜର ମନର ଭାବ ଆଦାନ ପ୍ରଦାନ କରିଥାଆନ୍ତି  ।

ଭାଲେଣ୍ଟାଇନ ସପ୍ତାହର ତୃତୀୟ ଦିନ ଅର୍ଥାତ୍‌ ଫେବୃଆରୀ ୯ ହେଉଛି ଚକୋଲେଟ ଡେ । ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରକୁ ଚକୋଲେଟ ଉପହାର ଦିଅନ୍ତି ଯାହା ଦ୍ୱାରା ସେମାନଙ୍କର ପ୍ରେମର ମଧୁରତା ଏହି ଚକୋଲେଟ ପରି ହୋଇ ରହିଥାଏ ।

ଫେବୃଆରୀ ୧୦, ଟେଡି ଡେ ଭାବେ ପାଳନ କରାଯାଏ ।  ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିନରେ ଟେଡି ଡେ ପାଳନ କରାଯାଏ। ଏହି ଦିନ, ପ୍ରେମୀ ଯୁଗଳ ପରସ୍ପରକୁ ପ୍ରେମର ସଙ୍କେତ ଭାବରେ ଟେଡି ଉପହାର ଦିଅନ୍ତି । ଝିଅମାନେ ଟେଡିକୁ ବହୁତ ପସନ୍ଦ କରିଥାନ୍ତି ତେଣୁ ପ୍ରତ୍ୟେକ ପ୍ରେମିକ ନିଜର ପ୍ରେମିକାକୁ ଟେଡି ଉପହାର ଦେଇଥାଆନ୍ତି  ।

ଫେବୃଆରୀ ୧୧ ରେ ପ୍ରମିସ୍‌ ଡେ ଅର୍ଥାତ୍‌ ପ୍ରତିଜ୍ଞା ଦିବସ ଭାବେ ପାଳନ କରାଯାଏ । ଭାଲେଣ୍ଟାଇନ ସପ୍ତାହର ପଞ୍ଚମ ଦିନ ଅତ୍ୟନ୍ତ ସ୍ବତନ୍ତ୍ର । ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଭଲ ପାଇବାକୁ ପ୍ରତିଶ୍ରୁତି ପ୍ରଦାନ କରିଥାନ୍ତି।

ଫେବୃଆରୀ ୧୨ ଅର୍ଥାତ୍‌ ଭାଲେଣ୍ଟାଇନ ସପ୍ତାହର ଷଷ୍ଠ ଦିନକୁ ହଗ୍‌ ଡେ ବା ଆଲିଙ୍ଗନ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଆଲିଙ୍ଗନ କରି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି।

ଭାଲେଣ୍ଟାଇନ ସପ୍ତାହର ସପ୍ତମ ଦିନ ଅର୍ଥାତ୍‌ ଫେବୃଆରୀ ୧୩କୁ  କିସ ଡେ ଭାବେ ପାଳନ କରାଯାଏ । ଏହି ଦିନ, ପରସ୍ପରକୁ ଚୁମ୍ବନ ଦେଇ ପ୍ରେମୀଯୁଗଳ ପରସ୍ପର ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଥାନ୍ତି ।

ସପ୍ତାହର ଶେଷ ଦିନ ଅର୍ଥାତ୍‌ ଫେବୃଆରୀ ୧୪କୁ  ଭାଲେଣ୍ଟାଇନ୍ସ ଡେ ଗୁରୁତ୍ୱପୂର୍ଣ୍ଣ ଦିନ ଭାବେ ପାଳନ କରାଯାଏ । ଏହି ଦିନ ପ୍ରେମୀଯୁଗଳ ପରସ୍ପର ସହ ଅଧିକ ସମୟ ବିତାଇଥାଆନ୍ତି  ।

 

Leave A Reply

Your email address will not be published.