Latest Odisha News

BREAKING NEWS

ପୁଣି ଭାରତ ଆଡ଼କୁ ଆଶାବାଦୀ ଆଖିରେ ଚାହିଁଲା ଆମେରିକା; ପ୍ରଧାନମନ୍ତ୍ରୀ ମୋଦୀ ଚାହିଁଲେ ପୁଟିନକୁ ମନାଇ ପାରିବେ

ୱାସିଂଟନ ଡିସି: ଅନେକ ଆଲୋଚନା, ପର୍ଯ୍ୟାଲୋଚନା, ସନ୍ଧି ଓ ବୈଠକ ପରେ ବି ଥମୁନି ଋଷ-ୟୁକ୍ରେନ ଯୁଦ୍ଧ। ଏପଟେ ଯୁଦ୍ଧ ପାଇଁ ପଶ୍ଚିମ ଦେଶଗୁଡ଼ିକ ସହ ପୂରା ବିଶ୍ୱ ଭୋଗୁଛି ଆର୍ଥିକ ସଂକଟ। ଏଭଳି ସ୍ଥିତିରେ ଆମେରିକା ପୁଣିଥରେ ଭାରତ ଆଡ଼କୁ ଆଶାବାଦୀ ଆଖିରେ ଚାହିଁଛି। ଭାରତ ଚାହିଁଲେ ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ହେବ।  ପ୍ରଧାନମନ୍ତ୍ରୀ ମୋଦୀ ଚାହିଁଲେ ସମାଧାନ ହେବ ବୋଲି ଆମେରିକା ପୁଣିଥରେ ଦୋହରାଇଛି।

ଶୁକ୍ରବାର ଏନେଇ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍‌ ହାଉସ୍‌ର ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଜନ କିର୍ବିଙ୍କୁ ପ୍ରଶ୍ନ କରାଯାଇଥିଲା। କଣ ମୋଦୀଙ୍କ ପାଖରେ ଏବେ ବି ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିବା ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମନାଇବା ପାଇଁ ସମୟ ଅଛି କି? ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ଦେଇ କିର୍ବି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୁଦ୍ଧକୁ ଅଟକାଇ ପାରିବେ। ଆମେ ତାଙ୍କ ପ୍ରୟାଶକୁ ସ୍ୱାଗତ କରିବୁ।

କିର୍ବି କହିଛନ୍ତି “ ମୋତେ ଲାଗୁଛି ଯେ ପୁଟିନଙ୍କ ପାଖରେ ଏବେ ବି ଯୁଦ୍ଧ ରୋକିବାର ସମୟ ରହିଛି। ଏ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯେଉଁ ପଦକ୍ଷେପ ନେବେ ଆମେ ତାକୁ ସମର୍ଥନ ଦେବୁ। ଯେଉଁଥିରେ ୟୁକ୍ରେନ ପ୍ରତି ଥିବା ଶତ୍ରୁତା ଶେଷ ହୋଇଯିବ।”

ନିକଟରେ ଉଜ୍‌ବେକିସ୍ତାନର ସମରକନ୍ଦରେ ଦ୍ୱିପାଖିକ ବୈଠକ ସମୟରେ ମୋଦୀ ପୁଟିନ୍‌ଙ୍କୁ କହିଥିଲେ ଯେ ବର୍ତ୍ତମାନ ସମୟ ଯୁଦ୍ଧର ନୁହେଁ। ମୋଦୀଙ୍କର ଏହି କଥା ସାରା  ବିଶ୍ୱ ପ୍ରଶଂସା କରିଥିଲା। ଅନ୍ତର୍ଜାତୀୟ ମିଡିଆରେ ମଧ୍ୟ ଖବର ସିରୋନାମା ପାଲଟିଥିଲା। ଏନେଇ କିର୍ବି କହିଛନ୍ତି ଯେ ମୋଦୀଙ୍କ ବିଚାର ସମ୍ପୂର୍ଣ୍ଣ ଠିକ୍। ଆମେରିକା ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଥିଲା। ବିଶ୍ୱ ନେତାମାନେ ଏହାକୁ ସ୍ୱୀକାର କରିଥିଲେ ଓ ମିଡିଆ ଏହାକୁ ପ୍ରଶଂସା କରିଥିଲା ବୋଲି କିର୍ବି କହିଛନ୍ତି।

ସେହିପରି ଆଜିର ଯୁଦ୍ଧ ପାଇଁ କିର୍ବି ପୁଟିନଙ୍କୁ ଦୋଷ ଦେଇଛନ୍ତି। ପୁଟିନ ଚାହିଁଲେ ଯୁଦ୍ଧ ରୋକିପାରିବେ। ହେଲେ ସେ ଏହା ନ କରି ଓଲିଟ ମିଶାଇଲ ମାଡ଼ କରି ୟୁକ୍ରେନ୍‌କୁ ନଷ୍ଟ କରୁଛନ୍ତି। ଆମେରିକା ରାଷ୍ଟ୍ରପତି ବାଇଡେନ୍ ଯୁଦ୍ଧ ରୋକିବାକୁ ଅନେକ ଥର ଅପିଲ କରିସାରିବା ପରେ ବି ପୁଟିନ ଶୁଣିବାକୁ ନାରାଜ। ଋଷ-ୟୁକ୍ରେନ୍ ମଧ୍ୟରେ ଥିବା ଶତ୍ରୁତା  ତୁରନ୍ତ ବନ୍ଦ ହେବା ଦରକାର ବୋଲି ବୋଲି କିର୍ବି କହିଛନ୍ତି।

Comments are closed.